ପାଇକପଡ଼ା ବଟେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଚୋରି

0
145

ବ୍ରହ୍ମପୁର,୧୪/୧୦/୨୦୨୦ (ଟୁକୁନା ପ୍ରଧାନ ) – :ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ଖଇରଖମା ଗ୍ରାମ ପଞ୍ଚାୟତର ପାଇକପଡା ବଟେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୋରି | ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ରାମହରି ବିଷୋୟୀ ଆଜି ସ୍କୁଲରେ ପଂହଁଚି ସ୍କୁଲ ଖୋଲିବା ପରେ ଦେଖିବାକୁ ପାଇଲେ କି ସ୍କୁଲର ଅଫିସ କବାଟ ଖୋଲା ଥିଲା ଉକ୍ତ କବାଟର ତାଲା ଭଙ୍ଗାଯାଇଥିବା ସହ ଅଫିସରେ ଥିବା ଆଲମାରୀ ବି ଖୋଲା ଥିଲା | ତେବେ ପୂର୍ବରୁ ଆଲମାରୀରେ ୧୨ ହଜାର ଟଙ୍କା ଥିବା ବେଳେ ବର୍ତ୍ତମାନ ସେହି ଟଙ୍କା ନଥିବା କହିଛନ୍ତି ଶିକ୍ଷକ | ଏଥିସହ କିଛି କାଗଜ ପତ୍ର ତଳେ ପଡି ରହିଥିବାର ଶିକ୍ଷକ ଦେଖିବାକୁ ପାଇଲେ ଏବଂ ସ୍କୁଲର ଛାତ ଉପରେ ଏକ କବାଟ ମଧ୍ୟ ଖୋଲା ଥିଲା | ଏ ନେଇ ଶିକ୍ଷକ ରାମହରି ବିଷୋୟୀ ପୋଲିସକୁ ଜଣାଇବା ପରେ ଘଟଣା ସ୍ଥଳରେ ବେଗୁନିଆପଡା ଫାଣ୍ଡି ପୋଲିସ ପଂହଁଚି ତଦନ୍ତ ଆରମ୍ଭ କରିଛି | ତେବେ କରୋନା ପାଇଁ ସ୍କୁଲ ଛୁଟି ଥିବାରୁ ଏହି ସୁଯୋଗର ଫାଇଦା ନେଇ କେହି ଦୁର୍ବୁତ୍ତ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରିଛନ୍ତି ଶିକ୍ଷକ |

LEAVE A REPLY

Please enter your comment!
Please enter your name here