ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଲେ ବିଜେଡି, ବିଜେପି ଦଳ

0
179

ଭୂବନେଶ୍ୱର,୧୬/୧୦/୨୦୨୦(ବ୍ୟୁରୋ ରିପୋର୍ଟ) ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି, ବିଜେପି ଦଳ। ବିଜେଡି ଦଳ ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ମନ୍ତ୍ରୀ, ବିଧାୟକ ସାମିଲ ହୋଇଛନ୍ତି। ବିଜେଡିର ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟ ପଟ୍ଟନାୟକ, ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା ରହିଛନ୍ତି।ସେହିପରି ବିଜେପି ଦଳ ତାଲିକାରେ ସଭାପତି ସମୀର ମହାନ୍ତିଙ୍କ ସମେତ ୨ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଛନ୍ତି। ବିଜେପିର ସମୀର ମହାନ୍ତି, ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ପ୍ରଦୀପ୍ତ ନାଏକ, ସୌଦାନ ସିଂ, ଅରୁଣ ସିଂ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ଅପରାଜିତା ଷଡ଼ଙ୍ଗୀ, ଅଶ୍ୱିନୀ ବୈଷ୍ଣବ, ବିଜୟ ମହାପାତ୍ର, ପ୍ରକାଶ ମିଶ୍ର ସାମିଲ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here