କୋଣାର୍କ ପାଇଁ ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ୍

0
150

ଭୂବନେଶ୍ୱର,୧୭/୧୦/୨୦୨୦(ବ୍ୟୁରୋ ରିପୋର୍ଟ)କୋଣାର୍କ କୁ ବିଶ୍ୱସ୍ତରୀୟ ସହର ଭାବେ ଗଢିତୋଳିବାକୁ ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ୍ । ମାର୍ଚ୍ଚରୁ ସୌରଶକ୍ତି ଆଲୋକରେ ଝଲସିବ ବ୍ଲାକ୍ ପାଗୋଡା ୨୦୨୧ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରୀ ହେବ ପ୍ରକଳ୍ପ ।
ଏହାସହ ସୌରଶକ୍ତି ଆଲୋକରେ ଝଲସିବ କୋଣାର୍କ ମନ୍ଦିର। ୨୦୨୧ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରୀ ହେବ ପ୍ରକଳ୍ପ । କଳାହାଣ୍ଡିରେ ୧୦ ମେଗାୱାଟ ସୌରଶକ୍ତି ପ୍ଲାଣ୍ଟ୍‌ ସ୍ଥାପନ କରାଯିବ। ଏନେଇ ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଐତିହ୍ୟ ଓ ବୈଷୟିକ ଜ୍ଞାନର ଆକର୍ଷଣୀୟ ଯୁଗଳବନ୍ଦୀ ଭାବେ କୋଣାର୍କର ପ୍ରସିଦ୍ଧି ଆହୁରି ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here