କୋରୋନା କାଳରେ ଓଡ଼ିଶାକୁ କେନ୍ଦ୍ରର ସହାୟତା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା । ଓଡ଼ିଶାକୁ ୨୨,୨୬୭.୬୬ କୋଟି ଟଙ୍କାର ପ୍ୟାକେଜ ଦିଆଯାଇଛି: ଧର୍ମେନ୍ଦ୍ର

0
146

ନୂଆଦିଲ୍ଲୀ,୧୬/୧୦/୨୦୨୦(ବ୍ୟୁରୋ ରିପୋର୍ଟ)ହିସାବ ରଖିଲେ ଧର୍ମେନ୍ଦ୍ର । କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର କେତେ ଅର୍ଥ ରାଜ୍ୟକୁ ପ୍ରଦାନ କରିଛନ୍ତି ଆଜି ଦିଲ୍ଲୀରେ ତାର ଟିକନିକ ହିସାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କରୋନା କଟକଣା ସମୟରେ ଓଡ଼ିଶାକୁ ମୋଟ୍ ୨୨ ହଜାର ୮୨ ଦଶମିକ ୬୬ କୋଟିର ଟଙ୍କାର ପ୍ୟାକେଜ୍ କେନ୍ଦ୍ର ଦେଇଥିବା ସେ କହିଛନ୍ତି। ଏହି ପ୍ୟାକେଜ୍ ମଧ୍ୟରେ ରହିଛି ୭ ଲକ୍ଷ ୫୧ ହଜାର ୯୩୦ ଟନ୍ ଟାଉଳ, ୪୪ ହଜାର ୧୩୦ ଟନ୍ ଡାଲି ଏବଂ ୪୪୦ କୋଟି ଟଙ୍କା ବ୍ୟୟରେ ୬୮ ଦଶମିକ ୭୯ ଲକ୍ଷ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଜନଧନ ଆକାଉଣ୍ଟଧାରୀ ମହିଳାଙ୍କ ପାଇଁ ୧୫ ଶହ ଟଙ୍କାର ବ୍ୟବସ୍ଥା ଥିବା ବେଳେ ଓଡ଼ିଶାକୁ ୧୨୫୮ଦଶମିକ ୨ କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । କୃଷକ ସମ୍ମାନ ନିଧି ଯୋଜନାରେ ୨୦ ଦଶମିକ ୩ ଲକ୍ଷ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏ ବାବଦରେ ଓଡ଼ିଶାର ଚାଷୀଙ୍କୁ ମୋଟ୍ ୪୦୦ କୋଟି ୬୩ ଲକ୍ଷ ଟଙ୍କା ଦିଆଯାଇଛି । ଏହାଛଡ଼ା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ଜିଏସଟି କ୍ଷତିପୂରଣ ବାବଦ ୫ ହଜାର ୧୨୨ କୋଟି ଟଙ୍କା ଦିଆଯାଇଛି । ସେହିପରି ୨୦୨୦-୨୧ ଆର୍ଥକ ବର୍ଷ ପାଇଁ ଜିଏସଟି କ୍ଷତିପୂରଣ ବାବଦ ଓଡ଼ିଶାକୁ ୨ ହଜାର ୨୫୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ରାଜ୍ୟକୁ କେତେ​‌ ଟଙ୍କା ପ୍ରଦାନ କରିଛିନ୍ତି ତାର ହିସାବ ଆଜି ଦିଲ୍ଲୀରେ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟକୁ କେନ୍ଦ୍ର ୨୨ହଜାର୮୨ ୬୬ କୋଟି ଟଙ୍କାର ପ୍ୟାକେଜ ଦେଇଥିବା କହିଛନ୍ତି । ଏପରିକି କେଉଁ ବାବଦରେ କେତେ ଅର୍ଥ ଓଡିଶା ପାଇଛି ତାର ଗୋଟି ଗୋଟି ହିସାବ ଦେଇଛନ୍ତି। ଯାହା ଉପରେ ବିଜେଡି ଓଲଟା ପ୍ରଶ୍ନ କରିଛି। ଓଡିଶାକୁ କେନ୍ଦ୍ରୀୟ ସହାୟତା ନେଇ ହିସାବ ରଖିଲେ ଧର୍ମେନ୍ଦ୍ର, ବିଜେଡି କଲା ପ୍ରଶ୍ନ, କିଏ ମାଗିଥିଲା ହିସାବ ? କହିଲା – ମୁଖ୍ୟମନ୍ତ୍ରୀ କେବେ କରିଥିବା କାମ ନେଇ ଡିଣ୍ଡିମ ପିଟନ୍ତିନି । ଉପନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏପରି ହିସାବ ଦେବାକୁ ବିଜେଡି ସହଜେ ଗ୍ରହଣ କରିପାରିନି। ବିଜେଡି ବିଧାୟିକା ପ୍ରମିଳ୍ଳା ମଲ୍ଲିକ ଓଲଟି ପ୍ରଶ୍ନ କରିଛିନ୍ତି ଯେ ଧର୍ମେନ୍ଦ୍ରଙ୍କୁ କିଏ ହିସାବ ମଗିଥିଲା ? ମୁଖ୍ୟମନ୍ତ୍ରୀ ଯେତେ କାମ କରନ୍ତି ତାର କେବେ ହିସାବ ଦିଅନ୍ତି ନାହିଁ ହେଲେ ବିଜେପିର କାମ ଖାଲି ପ୍ରଚାରପ୍ରସାର କରିବା ବୋଲି କହିଛନ୍ତି ପ୍ରମିଳା।

ରାଜ୍ୟରେ ଉପନିର୍ବାଚନ ଚାଲିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏପରି ହିସାବ ଦେବା ଏବେ ରାଜ୍ୟ ରାଜନୀତିକୁ ନୂଆ ଖୋରାକ ଦେଇଛି।

LEAVE A REPLY

Please enter your comment!
Please enter your name here