ସୋରଳ ଠାରେ ଅବସ୍ଥିତ ଶକ୍ତିପୀଠ ଆରାଧ୍ୟା ଦୁର୍ଗାଦେବୀ ମନ୍ଦିରରେ ନବରାତ୍ରିପୂଜା ମହାଡ଼ମ୍ବର ରେ ପାଳିତ

0
272

ଚିକିଟି,୨୭/୧୦/୨୦୨୦(ବ୍ୟୁରୋ ରିପୋର୍ଟ) ଉପକୂଳବର୍ତ୍ତୀ ପୁଣ୍ୟତୋୟା ବାହୁଦାନଦୀ ଅବବାହିକା ସୋରଳ ଠାରେ ଅବସ୍ଥିତ ଶକ୍ତିପୀଠ ଆରାଧ୍ୟା ଦୁର୍ଗାଦେବୀ ମନ୍ଦିରରେ ନବରାତ୍ରିପୂଜା ମହାଡ଼ମ୍ବରରେ କୋରନା ନିୟମ ସହକାରେ ପାଳିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ଦ୍ଵିତୀୟ ଦୁର୍ଗାପୀଠରେ ପ୍ରତିଦିନ ମାଆଙ୍କର ଭିନ୍ନଭିନ୍ନ ବେଶ କରାଯାଉଥିବା ବେଳେ ଅଷ୍ଟମୀ ମଧ୍ୟରାତ୍ରୀରେ ଚଣ୍ଡୀପାଠ କରାଯାଇଥିଲା, ନବରାତ୍ରିର ପ୍ରଥମଦିନରେ ମାଆ ଶୈଳପୁତ୍ରୀବେଶ ହୋଇଥିବାବେଳେ ଅନ୍ୟାନ୍ୟ ଦିନଗୁଡ଼ିକରେ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, ମହାକାଳୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ବେଶରେ ମାଁ ପୂଜାପାଇଥିଲେ l ପୁରହିତ ଜଗନ୍ନାଥ ପାଢ଼ୀ କର୍ମକାଣ୍ଡ କରିଥିବାବେଳେ ମୁଖ୍ୟପୂଜକ ଭାଗ୍ୟବାନ ଓଡ଼ିଆ ଦୈନିକ ମାଁଙ୍କ ବେଶ କରିବା ସହ ମାଜଣା, ଅହୋରାତ୍ର ଚଣ୍ଡୀପାଠ କରିଥିଲେ, ୯ଦିନ ବ୍ୟାପି ମାଁଙ୍କ ପୀଠରେ ଘୃତଯଜ୍ଞ, ପ୍ରସାଦ ବଣ୍ଟନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତହୋଇ ଯାଇଛି କୋଭିଡ ନିୟମକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ ଗୋଟିଏ ପରିବାର ପୂଜା, ଯଜ୍ଞପୋଦିତ କାର୍ଯ୍ୟରେ ଭାଗନେଇ ୧୧ଦିନରେ ୧୧ଟି ପରିବାର ସହଯୋଗ ରେ ରବିବାର ନବରାତ୍ରି ଉଦଯାପନୀ କରାଯାଇଛି l ଅନ୍ୟମାନଙ୍କ ମଧ୍ୟରେ ପ୍ରିୟରଞ୍ଜନ ବେହେରା, ପ୍ରିୟରଞ୍ଜନ ଓଡ଼ିଆ, ମର୍ଦ୍ଧରାଜ ରେଡ୍ଡୀ, ପୁଷ୍ପାଲତା ବେହେରା, ଉମାକାନ୍ତ ଓଡ଼ିଆ, କ୍ଷେତ୍ରା ରେଡ୍ଡୀ, ଗୋପାଳ ବେହେରା, ନରି ଓଡ଼ିଆ, ପ୍ରମ୍ମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ

LEAVE A REPLY

Please enter your comment!
Please enter your name here