ମରୁ ମରୁ ବଞ୍ଚିଗଲା ଅସହାୟ ଗାଈର ଜୀବନ

0
136

ବ୍ରହ୍ମପୁର,୨୭/୧୦/୨୦୨୦(ବ୍ୟୁରୋ ରିପୋର୍ଟ) ମାଲିକମାନେ ନିଜ ଗାଈମାନଙ୍କ ଠାରୁ କ୍ଷୀର ଆଦାୟ କରିବା ପରେ ଗାଈମାନଙ୍କୁ ରାସ୍ତାରେ ଛାଡ଼ିଦିଅନ୍ତି । ନିଜ ନିଜର ଆହାର ସଂଗ୍ରହ କରିବା ପାଇଁ ସହରର ବିଭିନ୍ନ ଗଳିକନ୍ଦିରେ ପଶି ପଡ଼ିଥିବା ଆବର୍ଜନା ଖାଇ ରୋଗାକ୍ରାନ୍ତରେ ଶିକାର ହୁଅନ୍ତି ଶହ ଶହ ଗୋରୁଗାଈ। ଆଜି ଠିକ୍ ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବ୍ରହ୍ମପୁର ଖଲିକୋଟ କଲେଜ ଷ୍ଟାଡିୟମ ପରିସରରେ । ଏକ ଗାଈ ମଇଳା ଆବର୍ଜନା ଖାଇ ଯନ୍ତ୍ରଣାରେ ଛଟପଟ ହେଉଥିବାର ଖବର ସାମ୍ବାଦିକ ତଥା ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ପାଇଥିଲେ। ଶ୍ରୀ ଚୌଧୁରୀ ପ୍ରାଣୀ ବିଭାଗକୁ ଅବଗତ କରାଇବା ପରେ ପଶୁ ଚିକିତ୍ସାଳୟର କର୍ମଚାରୀ ଘଟଣା ସ୍ଥଳେ ପହଞ୍ଚି ଉକ୍ତ ଗାଈଟିର ଚିକିତ୍ସା କରାଯାଇଥିଲା । କିନ୍ତୁ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ନଆସିବାରୁ ଉତ୍ତମ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସର ଆବ୍ଯଶ୍ଯକ ହେଲା ଓ ତୁରନ୍ତ ଆମ୍ଭୁଲେନସ ମଧ୍ୟ ଆସିଗଲା।କିନ୍ତୁ ସେହି ସମୟରେ ଘଟଣା ସ୍ଥଳରେ ବା ଖେଳ ପଡ଼ିଆ ମଧ୍ୟକୁ ଆମ୍ଭୁଲେନସ ପ୍ରବେଶ ପାଇଁ ଗେଟ୍ ରେ ତାଲା ପଡି ଥିବା ହେତୁ ଉକ୍ତ ପଶୁର ଚିକିତ୍ସାରେ ବିଳମ୍ବ ହେଲା। ତୁରନ୍ତ ଖଲିକୋଟ କ୍ଲୋଷ୍ଠାର ବିଶ୍ଵବିଦ୍ୟାଳୟ କୁଳପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କୁଳପତି ମଧ୍ୟ ତାଲା ଖୋଲିବା ବ୍ୟବସ୍ଥା କରାଇଥିଲେ ମଧ୍ୟ ବିଳମ୍ବ କାରଣରୁ ସେଠାରେ ଉତେଜନମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବହୁ କଷ୍ଟରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଉନ୍ନତ ମାନର ଚିକିତ୍ସା ପାଇଁ ପଶୁ ଚିକିତ୍ସାଳୟକୁ ସ୍ଥାନ୍ତାନ୍ତର କରାଗଲା। ଏହି ମହତ୍ କାର୍ଯ୍ୟରେ ଗ୍ରାଉଣ୍ଡରେ ପ୍ରାରାୟନ କରୁଥିବା ବହୁ ବ୍ୟକ୍ତି ସହଯୋଗ କରିଥିଲେ । ଏଥିରେ ସାମ୍ବାଦିକ ତଥା ସ୍ବେଚ୍ଛାସେବୀ ଶ୍ରୀ ଚୌଧୁରୀଙ୍କ ସହ ସାମ୍ବାଦିକ ଅସିତ୍ ପଣ୍ଡା, ଦିନେଶ ପଟନାୟକ, ସ୍ବେଚ୍ଛାସେବୀ ସୁପ୍ରଜିତ୍ ଗୌଡ, ମଙ୍ଗୁଳୁ ଦଳାଇ, ମହମ୍ମଦ ଅବଦୁଲ୍, ଆକାଶ ମଣ୍ଡଳ, ଦୁଷ୍ମନ୍ତ ଗୌଡ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସାମ୍ବାଦିକ ଓ ସ୍ବେଚ୍ଛାସେବୀ ଓ ପଶୁ ଚିକିତ୍ସାଳୟର ଏଭଳି ମହାନ୍ ସେବା କାର୍ଯ୍ୟକୁ ବ୍ରହ୍ମପୁରବାସୀ ଉଚ୍ଚ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here