ବେଗୁନିଆପଡା ଓ ଏଲ୍ ଏମ୍ ବିଭାଗରେ ପ୍ରାଣୀ ମିତ୍ର, କୃଷି ମିତ୍ର ନିଯୁକ୍ତି କୁ ନେଇ ବଢୁଛି ଅଡୁଆ !

0
229

ବ୍ରହ୍ମପୁର, ୨୮/୧୦/୨୦୨୦( ଟୁକୁନା ପ୍ରଧାନ) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଥିବା ଓଡିଶା ଜୀବିକା ମିଶନ (OLM)ବିଭାଗରେ ବିନା ବିଜ୍ଞାପନ ରେ ଚାଲୁଛି ନିଯୁକ୍ତି l ନା ଅଛି ପ୍ରତିବନ୍ଧକ ନା ଅଛି ଡର କି ଭୟ l ଏ କଥା ଆମେ କହୁନୁ….. ଏ ସମ୍ପର୍କିତ ତଥ୍ୟ ଲାଗିଛି ଗଣ ମାଧ୍ୟମ ହାତରେ l ପ୍ରାପ୍ତ ସୂଚନା ଅନୁଯାୟୀ ଓ ଏଲ୍ ଏମ୍ ବିଭାଗରେ ଆଜକୁ ପ୍ରାୟ ୫ ମାସ ପୂର୍ବେ ବେଗୁନିଆପଡା ପଂଚାୟତ ପାଇଁ ପ୍ରାଣୀ ମିତ୍ର ପାଇଁ ଗୋଟିଏ ପଦବୀ ସହ କୃଷି ମିତ୍ର ପାଇଁ ୨ ଟି ପଦବୀରେ ନିଯୁକ୍ତି ହେବା ପାଇଁ ଜିଲ୍ଲା ସ୍ତରରୁ ନିର୍ଦ୍ଦେଶନାମା ଆସିଥିଲା ଓ ଏହି ପଦବୀ ପାଇଁ ଓ ଏଲ୍ ଏମ୍ ର କାର୍ଯ୍ୟ ନିର୍ବାହୀ କମିଟି ଦ୍ୱାରା ଅନୁମୋଦନ କରାଯାଇ ସ୍ୱତନ୍ତ୍ର ବିଜ୍ଞାପନ ମାଧ୍ୟମରେ ଆବେଦନ ଗ୍ରହଣ କରିବା ସକାଶେ ନିର୍ଦ୍ଦେଶନାମା ଥିବା ବେଳେ ବେଗୁନିଆପଡା ଓ ଏଲ୍ ଏମ୍ ବିଭାଗ ପକ୍ଷରୁ କୌଣସି ବିଜ୍ଞାପନ ନ ବାହାର କରାଯାଇ କେବଳ କାନ କୁହା ଖବର ମାଧ୍ୟମରେ ଆବେଦନ ଗ୍ରହଣ କରାଯାଇଥିଲା l ଖବର ମୁତାବକ ପ୍ରାଣୀ ମିତ୍ର ପଦବୀ ପାଇଁ ୩ ଜଣ ଆବେଦନ କରିଥିବା ବେଳେ କୃଷି ମିତ୍ର ପଦବୀ ପାଇଁ ୨ ଜଣ ଆବେଦନ କରିଥିଲେ l କିନ୍ତୁ ପରୀକ୍ଷା ଦିନ ଉଭୟ ପଦବୀ ପାଇଁ ୨ ଜଣ ଲେଖାଏଁ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ l କୃଷି ମିତ୍ର ପାଇଁ ଜଣେ ମହିଳା ଚୟନ ହୋଇଥିବା ବେଳେ ପ୍ରାଣୀ ମିତ୍ର ପାଇଁ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଅଧିକ ମାର୍କ ରଖିଥିବା ବେଳେ ଆଉ ଜଣେ ମହିଳା ଦ୍ଵିତୀୟ ସ୍ଥାନରେ ଅଛନ୍ତି କିନ୍ତୁ ଫଳାଫଳ ଜାଣିଶୁଣି ବିଳମ୍ବ କରାଯାଉଛି l ଏ ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ନବୀନ ସେନାପତିଙ୍କ ସହ ଯୋଗାଯୋଗ କରିବାରେ ସେ ପ୍ରକାଶ କରିଛନ୍ତି ଯେ ଏହି ପଦବୀ ପାଇଁ କେବଳ ମହିଳା ହିଁ ଆବେଦନ କରିପାରିବେ ଓ ଏଇଥି ପାଇଁ ଵିଜ୍ଞାପନ ନିହାତି ଆବଶ୍ୟକ l ଉକ୍ତ ମହିଳା ଏସ ଏଚ ଜି ର ସଦସ୍ୟା ହୋଇଥିବା ଦରକାର l ଏଠାରେ ପ୍ରଶ୍ନ ଉଠୁଛିଯେ ବେଗୁନିଆପଡା ଓ ଏଲ୍ ଏମ୍ ଭାରପ୍ରାପ୍ତ ବି ପି ଏମ୍ କିପରି ବିନା ଵିଜ୍ଞାପନ ମାଧ୍ୟମରେ ଆବେଦନ ଗ୍ରହଣ କଲେ ଓ ଏହି ପଦବୀ ଯଦି ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ତେବେ ପୁରୁଷ କିପରି ପରୀକ୍ଷା ଦେଲେ? ଅଥବା ଯଦି ସେ ନିୟମ ବିଷୟରେ ଜାଣି ନଥିଲେ ତେବେ ପରୀକ୍ଷା ହେବା ପୂର୍ବରୁ ଉପରିସ୍ଥ ଅଧିକାରୀଙ୍କୁ କାହିଁକି ସବୁ ଲୁଚାଇଥିଲେ l ସେପଟେ ଆବେଦନ ପାଇଁ ଶେଷ ତାରିଖ ଅତିକ୍ରମ ହୋଇଯାଇଥିଲେ ବି ତାଙ୍କ ମନ ମୁତାବକ ପ୍ରାର୍ଥୀଙ୍କ ଠାରୁ ପରେ କିପରି ଆବେଦନ ପତ୍ର ଗ୍ରହଣ କରିଥିଲେ ବୋଲି ପିଙ୍କି ରାଉତ ଅଭିଯୋଗ କରିଛନ୍ତି l ସେପଟେ ଏହି କାର୍ଯ୍ୟ ପରିଚାଳନା ଓ ନିଯୁକ୍ତି ପାଇଁ ମହାସଂଘ ର ଦାୟିତ୍ଵ ଥିବା ନେଇ ନିୟମ ଥିବା ବେଳେ କଣ ପାଇଁ ଏବଂ କାହା ନିର୍ଦ୍ଦେଶ ରେ ଭାରପ୍ରାପ୍ତ ବିପି ଏମ୍ ଜ୍ଞାନ ରଞ୍ଜନ ରାଉତ କାର୍ଯ୍ୟକାରୀ କମିଟିର ବିନା ଅନୁମୋଦନରେ ମନ ଇଛା ରାଜ ଚଳାଇଛନ୍ତି ବୋଲି ଇସି ମେମ୍ବର ଛାୟା ବେହେରା ଅଭିଯୋଗ କରିଛନ୍ତି l ସେପଟେ ଯଦି ପୁରୁଷ ମାନଙ୍କ ପାଇଁ ପଦବୀ ଉଦ୍ଧିଷ୍ଟ ନୁହେଁ ତେବେ ବିଜ୍ଞାପନ ମାଧ୍ୟମରେ କାହିଁକି ଦର୍ଶାଗଲାନାହିଁ କି ପରୀକ୍ଷାରେ ବସିବା ପୂର୍ବରୁ କାହିଁକି ମନା କରାଗଲା ନାହିଁ ଏବଂ ଓ ଏଲ୍ ଏମ୍ ଅଧୀନରେ ବହୁ ସ୍ଥାନରେ ପୁରୁଷ ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ଥାଇ ପୁରୁଷ ମାନଙ୍କ ପାଇଁ କାହିଁକି ଏହା ଅଯୋଗ୍ୟ ତାହାକୁ ନେଇ ଯୋଗ୍ୟ ତାଲିକାରେ ପ୍ରଥମରେ ଥିବା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଅଭିଯୋଗ କରିଛନ୍ତି l ଏଥି ସହିତ ଜଣ ପରୀକ୍ଷାର୍ଥୀ ଙ୍କ ପାଇଁ ମଧ୍ଯ ଆମର ପରୀକ୍ଷା କୁ ଭାରପ୍ରାପ୍ତ ଅଧିକାରୀ ଦୁଇ ଥର ବାତିଲ୍ କରିଛନ୍ତି ବୋଲି ଶ୍ରୀ ସ୍ୱାଇଁ ଗଣମାଧ୍ୟମ ସାମ୍ନାରେ ରେ ପ୍ରକାଶ କରିଛନ୍ତି । ସେପଟେ ଓ ଏଲ୍ ଏମ୍ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧିକାରୀ ଜ୍ଞାନ ରଞ୍ଜନ ରାଉତଙ୍କୁ ଯୋଗାଯୋଗ କରିବା ପରେ ସେ ସ୍ପଷ୍ଟ ଉତ୍ତର କିଛି ଦେଇପାରିନାହାନ୍ତି ଏବଂ ସେ ପ୍ରକାଶ କରିଛନ୍ତି ମୁଁ ଏହି ପରୀକ୍ଷା ପରିଚାଳନା ରେ ସମ୍ପୃକ୍ତ ନଥିଲି, ଏବଂ ମୁଁ ଏ ବିଷୟରେ ବିଡିଓ, ବ୍ଲକ୍ ଅଧ୍ୟକ୍ଷା କୁ ଜଣାଇଥିବା କହିଛନ୍ତି । ଅନ୍ୟ ପଟେ ବିଡିଓ ବେଦବର ପ୍ରଧାନ ଙ୍କ ସହ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ ମୁଁ ଏବେ ଏ ବିଷୟରେ ଜାଣିଲି ଆଗରୁ ଜାଣିନଥିଲି , ପୁଣି ନୂଆ ବିଜ୍ଞପ୍ତି ପ୍ରକାଶ ନେଇ ଓ ଏଲ୍ ଏମ୍ ବିଭାଗ ର ଭାରପ୍ରାପ୍ତ ଅଧିକାରୀ ଙ୍କୁ କହିଛି ।

LEAVE A REPLY

Please enter your comment!
Please enter your name here