ବିଜେଡି ର ମିଶ୍ରଣ ପର୍ବ

0
160

 

ବ୍ରହ୍ମପୁର, ୧୧/୧୧/୨୦୨୦ ( ଟୁକୁନା ପ୍ରଧାନ) -: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ପରିସରରେ ବି ଜେ ଡି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ ଏବଂ କବିସୂର୍ଯ୍ଯନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଙ୍କ ଉପସ୍ଥିତିରେ କୁମ୍ଭାରଗାଁ ପଞ୍ଚାୟତ ର ଯୁବ ବିଜେପି ନେତା ତଥା କୁମ୍ଭାରଗାଁ ପଞ୍ଚାୟତ ର ପୂର୍ବତନ ସରପଂଚ ସ୍ଵର୍ଗତ ପ୍ରଶାନ୍ତ କୁମାର ତାରେଣୀ ଙ୍କ ପୁତ୍ର ସତୀଶ ରଞ୍ଜନ ତାରେଣୀ, ପୂର୍ବତନ ସମିତି ସଭ୍ଯ ସତ୍ୟବାନ ଜେନା ଓ ତାଙ୍କର ଶତାଧିକ ସମର୍ଥକ ସେହିପରି ତାଳସର ପଞ୍ଚାୟତର ର ବହୁ ବିଜେପି କର୍ମୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସୁଶାସନ ରେ ଅନୁପ୍ରାଣିତ ହୋଇ ବିଜେଡି ରେ ଯୋଗଦେଇଛନ୍ତି ।ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ନେତା ସୁବାଷ ଚନ୍ଦ୍ର ମହାରଣା, କୈଳାସ ରଣା, ଲକ୍ଷ୍ମଣ ଚୌଧୁରୀ, ବିଜେଡି ବ୍ଲକ ସଭାପତି ବିଜୟ କୁମାର ଦୋରା, ଜିଲ୍ଲାପରିଷଦ ସଭ୍ୟ ମନୋଜ କୁମାର ପାଣ୍ଡି, ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି , ତ୍ରିନାଥ ଭୂୟାଁ, ମହେଶ୍ୱର ବରାଡ , ଦେବରାଜ ସାହୁ, ସୁରଥ ପାହନ, ବିଜୟ କୁମାର ନାୟକ, ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ସାହୁ ସମେତ ବହୁ ସରପଞ୍ଚ ଓ ସମିତିସଭ୍ଯ ବିଜେଡି ନେତୃବୃନ୍ଦ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଶତାଧିକ କର୍ମୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମହେଶ୍ଵର ବରାଡ଼ ଧନ୍ଯବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here