କୋଦଳା ତହସିଲ ଅଧୀନରେ ମୋରମ ଓ ପଥର ଖଣି ଲିଜ୍ ସୋର୍ସ ପ୍ରଯ୍ୟlପ୍ତ ନାହିଁ, ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି, ଗାଡି ଅନୁପାତରେ ଲିଜ୍ ସୋର୍ସ ଖଣି ଯଥେଷ୍ଟ କମ୍, ଅଧିକାଂଶ ସ୍ଥାନକୁ ବନ ବିଭାଗ କ୍ଳିଅରାନସ୍ ଦେଉନି, ଗାଡି ମାଲିକଙ୍କ ସହ ପ୍ରଶାସନର ମତଭେଦ l

0
145

 

 

ବ୍ରହ୍ମପୁର, ୧୬/୧୧/୨୦୨୦(ଟୁକୁନା ପ୍ରଧାନ) -: ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅଧୀନରେ ଥିବା ବିଭିନ୍ନ ମୋରମ୍ ଓ କଳା ପଥର ଖଣିକୁ ଲିଜ୍ ଦିଆଯାଉନଥିବା ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଥିବା ବେଳେ ସେପଟେ ପରିବହନ କରୁଥିବା ଟ୍ରାକ୍ଟର ଓ ଟ୍ରକ ମାଲିକ ମାନେ ସେମାନଙ୍କର ସଠିକ ଢଙ୍ଗରେ ବ୍ୟବସାୟ ନକରି ଶେଷରେ ଜରିମାନା ଦେବା ଯୋଗୁଁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି l କୋଦଳା ତହସିଲ ଅଧୀନରେ ୨୩ ଟି ପଂଚାୟତ ଯାଉଥିବା ବେଳେ ସେଥି ମଧ୍ୟରୁ ସରକାରୀ ରେକର୍ଡ ଅନୁଯାୟୀ ୧୨ ଟି ସ୍ଥାନ ମୋରମ୍ ଓ ପଥର ଖଣି ସକାଶେ ପ୍ରଯୁଜ୍ୟ ହୋଇ ସେ ଗୁଡିକ ଲିଜ୍ ଦେବା କଥା l କଳା ପଥର ଖଣି ପାଇଁ ବରିଡା, ବସନ୍ତ ବଣ (ଏ )ଓ (ବି ), ତୁମ୍ବଡା, ରେଂଗୀଟି ପଲ୍ଲୀ (ସି ), (ଡ଼ି )ଓ (ଇ) ଏବଂ ଗିଲିଣ୍ଡl ଆଦି ୮ ଟି ପଥର ଖଣି ଥିବା ବେଳେ ମୋରମ ଖଣି ପାଇଁ ୪ ଟି ସ୍ଥାନ ଯଥା ବୁରୁଝରୀ, ଭାଲିଆଝର, ନିମିନା, ତିରିଡ଼ା ବଂଜର ରହିଛି l କିନ୍ତୁ ଏସବୁ ସ୍ଥାନକୁ ଜଙ୍ଗଲ ବିଭାଗ ଏନ୍ ଓ ସି ଦେଉନଥିବା ଯୋଗୁଁ ଏଗୁଡିକ ତହସିଲରୁ ଲିଜ୍ ଦିଆଯାଇପାରୁନାହିଁ l ସେପଟେ ଶଙ୍ଖଭୂମି ଓ ଚଣ୍ଡପଲ୍ଲୀ ଠାରେ କଳl ପଥର ପାଇଁ ତହସିଲ ପକ୍ଷରୁ ଲିଜ୍ ଦିଆଯାଇଥିବା ବେଳେ ସେଠାରେ କିନ୍ତୁ ଆବଶ୍ୟକୀୟ ମାଲ୍ ନଥିବା ଯୋଗୁଁ ତାହା କେବଳ କାଗଜପତ୍ରରେ ଚାଲିଥିବା ବେଳେ ବର୍ତ୍ତମାନ ମୋରମ୍ ପାଇଁ ଜାପଟl ଓ ତିରିଡ଼ା ବଂଜର (ଏ ) କୁ ଲିଜ୍ ଦେବାପାଇଁ ଜିଲ୍ଲା କାର୍ଯ୍ୟାଳୟକୁ ଅନୁମୋଦନ ପାଇଁ ପଠାଯାଇ ଥିବା ବେଳେ ଏହା ପୁଣି ଜଙ୍ଗଲ ବିଭାଗ ଅନୁମୋଦନ ଦେଉଛି କି ନା ତାହା ଉପରେ ସନ୍ଦେହ ସୃଷ୍ଟି ହେଉଛି ଓ ଏହା ସହିତ ନୂତନ ଭାବେ ବେରୁହଂlବାଡ଼ି ଠାରେ ଏକ ପଥର ଖଣି ପାଇଁ ମଧ୍ୟ ପରିବେଶ ଏନ୍ ଓ ସି (Enviornmental Clearance) ପାଇଁ ଯାଇଛି ବୋଲି ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପ୍ରକାଶ କରିଥିବା ସହ ୧୨ ଟି ଲିଜ୍ ସୋର୍ସ ରୁ ୬ ଟି ଜଙ୍ଗଲ ଏନ୍ ଓ ସି ଦେଉ ନଥିବା ବେଳେ ଆଉ ୬ ଟି ମାଇନିଂ ଏନ୍ ଓ ସି ପାଇଁ ଯାଇଥିବା କଥା କହିଛନ୍ତି । ଏହା ସହ କୋଦଳା ପଟରେ ରେଙ୍ଗଟି ପଲ୍ଲୀ ‘ଏ’ ଓ ‘ବି’, ଖଲlଡ଼ି, ତିରିଡ଼ା ବଂଜର -ବି, ବାଘୁଆ ଆଦି ପଥର ପାଇଁ ଲିଜ୍ ସ୍ଥଳ ପୁରୁଣା ଓ ଠିକ ଭାବେ ଚାଲିଥିବା ବେଳେ ବେଗୁନିଆପଡା ପାର୍ଶ୍ୱରେ କିନ୍ତୁ ଲିଜ୍ ସ୍ଥଳ ନଥିବାରୁ ଲୋକମାନେ ପଥର ଓ ମୋରମ ପାଇଁ ହିନସ୍ଥା ହେବା ସହ ଗାଡି ମାଲିକ ମାନେ ଲୋକଙ୍କ ଆବଶ୍ୟକତାକୁ ନେଇ ମାଲ ଅଣ ଲିଜଧାରୀ ସ୍ଥାନରୁ ଆଣି ଜରିମାନା ଦେବାକୁ ବାଧ୍ୟ ହେଉଛନ୍ତି l ଖଣିଜ ପଦାର୍ଥ ପରିବହନ ନିୟମ ଅନୁସାରେ ଲିଜଧାରୀ ମାନଙ୍କୁ ୱାଇ ଫର୍ମ ଦିଆଯାଇଥିବା ବେଳେ ଗାଡି ମାଲ ନେବାବେଳେ ଏହି ଫର୍ମ ସାଥିରେ ନେବା ସହ କୌଣସି ଜରିମାନା ଦେବାକୁ ପଡ଼ିବନି କିନ୍ତୁ ବ୍ଲକରେ ଲିଜ ସ୍ଥାନ କମ ଥିବା ଯୋଗୁଁ ଗାଡି ବିନା ୱାଇ ଫର୍ମରେ ମାଲ ପରିବହନ କରି ସରକାରୀ ତହବିଲକୁ ଜରିମାନା ଦେବା ଯୋଗୁଁ ସେମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଅଧିକ ଲିଜ ସୋର୍ସ ସୃଷ୍ଟି କରିବା ପାଇଁ ଦାବୀ କରିଛନ୍ତି l ଗତ ୭ ତାରିଖ ଦିନ ଏ ଜରିମାନା ଘଟଣାକୁ ନେଇ ଶ୍ରୀ ଦଣ୍ଡେଶ୍ଵର ଟ୍ରକ ଓ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ କୋଦଳା ତହସିଲ କାର୍ଯ୍ୟାଳୟ ଘେରାଓ କରାଯିବl ସହ ଏହା ସମାଧାନ ନହେବାରୁ ପୁଣି ୧୦ ତାରିଖ ଦିନ ତହସିଲ୍ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା କିନ୍ତୁ ସରକାରୀ ନିୟମ ଅନୁସାରେ ଅନଲିଜ୍ ସ୍ଥାନରୁ ମାଲ୍ ପରିବହନ କଲେ କିମ୍ବା ୱାଇ ଫର୍ମ ବିନା ମାଲ୍ ନେଲେ ଜରିମାନା ଲାଗିବା ପାଇଁ କୋଦଳା ତହସିଲଦାର ଅବନୀ କୁମାର ସାହୁ ପ୍ରକାଶ କରିବା ସହ ଲୋକଙ୍କ ସରକାରୀ ଆବାସ ଯୋଜନାରେ ମାଲ୍ ପରିବହନ କଲେ ବିଚାର କରାଯିବ ବୋଲି ସେ ପ୍ରକାଶ କରିବା ପରେ ଗାଡି ମାଲିକ ସଂଘ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପରିବହନ ଗାଡି ଚଳାଚଳ ବନ୍ଦ କରିବାପାଇଁ ଘୋଷଣା କରିବା ସହ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ ଭେଟି ଏହାର ସମାଧାନ ପାଇଁ ସେମାନେ ଅନୁରୋଧ କରିଛନ୍ତି l ସେପଟେ ଉପରେ ଦର୍ଶିତ ୧୨ ଟି ସ୍ଥାନ ଯଦି ଲିଜ୍ ସୋର୍ସ ଭାବେ ଅନୁମତି ମିଳେ ତେବେ ଲକ୍ଷାଧିକ ଟଙ୍କାର ରାଜସ୍ବ ଆସିବ ବୋଲି ସେମାନେ ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here