ସାଙ୍କୁଡା ଧବଳେଶ୍ଵର ମନ୍ଦିର ବନ୍ଦ, ବାହାରେ ଭକ୍ତ ଙ୍କ ଭିଡ ଏବଂ ପୂଜାର୍ଚ୍ଚନା, ଜଣେ ଭକ୍ତଙ୍କୁ ପୋଲିସ୍ କନେଷ୍ଟବଳ ଙ୍କ ମାଡ ଅଭିଯୋଗ

0
256

 

ବ୍ରହ୍ମପୁର,୧୬/୧୧/୨୦୨୦(ଟୁକୁନା ପ୍ରଧାନ)-: ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମନ୍ଦିରକୁ ବନ୍ଦ କରିବା ପାଇଁ ନିର୍ଦ୍ଧେଶ ଦେବାପରେ କୋଦଳା ତହସିଲଦାର ଅବନୀ କୁମାର ସାହୁ ସମସ୍ତ ମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କୁ ଡାକି ଏ ସମ୍ପର୍କରେ ଇସ୍ତାହାର ଦେବାପରେ ସମସ୍ତ ମନ୍ଦିରକୁ ବନ୍ଦ କରିଦିଆଯିବା ସହ ଫାଟକକୁ ଚାବି ପକାଯାଇଛି l ଆଜି ପବିତ୍ର କାର୍ତ୍ତିକ ମାସ ସୋମବାର ଓ ସଂକ୍ରାନ୍ତି ଯୋଗୁଁ ସାଙ୍କୁଡା ସ୍ଥିତ ଧବଳେଶ୍ୱର ମନ୍ଦିର ସମ୍ମୁଖରେ ସକାଳ ସମୟରୁ ଭକ୍ତମାନେ ଆସି ମନ୍ଦିର ବାହାରେ ନିଜେ ନିଜେ ନଡ଼ିଆ ଭାଙ୍ଗି, ଭୋଗ ପୂଜା କରି ସିଂହ ମୂର୍ତ୍ତି ଉପରେ ଫୁଲ ପକାଇ ଫେରିଯିବା ସହ ବାହାରେ ଦୀପ ଜାଳିଛନ୍ତି l ଶହ ଶହ ଭକ୍ତ ବାହାରେ ରହି ପୂଜା କରି ଫେରିଥିବା ବେଳେ ମନ୍ଦିରର ମାଳି ଓ ପୂଜାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ସେପଟେ ପ୍ରଶାସନ
ନିଷ୍ପତିକୁ ମାଳି ଓ ପୂଜାରୀ ତଥା ମନ୍ଦିର ପରିଚାଳନା କମିଟି ଗୋଟିଏ ପଟେ ସ୍ୱାଗତ କରୁଥିବା ବେଳେ ଅନ୍ୟ ପକ୍ଷରେ ଲୋକମାନେ ମନ୍ଦିର ସମ୍ମୁଖରେ ରୁଣ୍ଡ ହେବା ଯୋଗୁଁ କରୋନା ବ୍ୟାପିବା ଆଶଙ୍କା ଦେଖାଦେବ। ସହ ମନ୍ଦିର ପୂଜା ପାର୍ବଣରେ ମନ୍ଦିର ସମ୍ମୁଖରେ ଥିବା ପୂଜା ଦୋକାନ ଗୁଡିକ ବନ୍ଦ କରାଯିବ। ଉଚିତ ବୋଲି ବହୁ ଲୋକ ପ୍ରକାଶ କରିଛନ୍ତି l ଏହା ସହିତ ଆଜି ବାଣପୁର ଅଞ୍ଚଳ ର ରାମ ପ୍ରଧାନ ନାମକ ଜଣେ ଭକ୍ତଙ୍କୁ ପୋଲସି କନେଷ୍ଟବଳ ମାଡ଼ ଦେଇଥିବା ଜଣା ପଡିଛି l ମନ୍ଦିର ଯଦି ବନ୍ଦ କରାଗଲା ବାହାରରେ ବହୁ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଛି । ଏହାର ନିୟନ୍ତ୍ରଣ ଦାୟିତ୍ୱ କାହାର ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? କରୋନା କଟକଣା ଯୋଗୁ ମନ୍ଦିର ବନ୍ଦ ହେବା ଫଳ ରେ ଏହା ଉପରେ ନିର୍ଭର କରି ଚଳୁଥିବା ପୂଜକ ମାନେ ଚିନ୍ତାରେ ପଡ଼ିବା ସହ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ଏଥି ସହିତ ଭକ୍ତ କୁ ମନ୍ଦିର ନ ଆସିବା ନିମନ୍ତେ ବାରଣ କରିବା ଦାୟିତ୍ଵ କାହାର ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ଏ ନେଇ କୋଦଳା ତହସିଲଦାର ଶ୍ରୀ ଅବନୀ କୁମାର ସାହୁ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଆଗକୁ ନିଶ୍ଚିତ ଭାବେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ । ଦେଖାଯାଉ ଆଗକୁ ପ୍ରଶାସନ ତରଫରୁ କଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here