ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ଯୁବକ ଗୁରୁତର, ଜଣେ ଫେରାର

0
134

ନୟାଗଡ଼,୧୬/୧୧/୨୦୨୦: ଆଜି ସନ୍ଧ୍ୟା ସମୟରେ ଗୋଡିପଲ୍ଲୀ ଛକ ଏବଂ ଭୁଇଁଆଣି ହୋଟେଲ ମଝିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ହୋଇଅଛନ୍ତି ।ସୂଚନା ଅନୁଯାୟୀ ହିରୋ ବାଇକରେ ନଂ ଓଡ଼ି ୩୨ଇ ୩୬୩୧ ଗାଡ଼ିରେ ତିନିଜଣ ଯୁବକ ଓଡ଼ଗାଁ ଅଂଚଳକୁ ଆସୁଥିବା ସମୟରେ ପାଦରେ ଚାଲି ଚାଲି ଯାଉଥିବା ଏକ ଯୁବକ(ପ୍ରେମାନଦ ନାୟକ)କୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣା ଘଟିଅଛି । ତିନିଜଣ ବାଇକ ଆରୋହି ମଧ୍ୟରୁ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଓଡ଼ଗାଁ ଦମକଳ ବାହିନୀ ଏବଂ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ସହାୟତାରେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଅଛି । ଉକ୍ତ ତିନିଜଣ ଗୁରୁତର ଯୁବକଙ୍କର ନାଁ ପ୍ରେମାନନ୍ଦ ନାୟକ ,ସୁଶାନ୍ତ ସ୍ୱାଇଁ ,ସାହେବ ମୂର୍ତି ,।ପ୍ରେମାନନ୍ଦ ନାୟକ ସ୍ଥାନୀୟ ଲିଙ୍ଗରାଜ ପ୍ରସାଦ ଗ୍ରାମର ଜଣାପଡ଼ିଥିବା ବେଳେ ତାଙ୍କର ଦୁଇ ଗୋଡ଼ ଭାଙ୍ଗିବା ସହ ମୁଣ୍ଡ ଫାଟି ଯାଇଛି ଏବଂ ତାଙ୍କୁ ଖବର ଲେଖା ହେବା ସୁଦ୍ଧା ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବାଇକ ଆରୋହି ମାନଙ୍କର ଗଂଜାମ ତନରଡା ଅଂଚଳର ବୋଲି ପ୍ରାରମ୍ଭିକ ସୂତ୍ରରୁ ଜଣାପଡ଼ିଅଛି ।


ରିପୋର୍ଟ: ରବିନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here