ବେଗୁନିଆପଡା ପ୍ରଶାସନିକ ଉଦାସୀନତାରେ ନିଯୁକ୍ତି କେଲେଙ୍କାରୀ !

0
237

ବ୍ରହ୍ମପୁର, ୨୬/୧୧/୨୦୨୦( ଟୁକୁନା ପ୍ରଧାନ) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ନିଯୁକ୍ତି ରେ ଅନିୟମିତତାକୁ ନେଇ ପ୍ରଶ୍ନ ଉଠାଇଲେ ଆବେଦନକାରୀ । ଆବେଦନକାରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ଏକା ସମୟରେ ପ୍ରାଣୀମିତ୍ର ଓ କୃଷିମିତ୍ର ଉଭୟ ପଦବୀ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷା କିପରି କୃଷିମିତ୍ର ପଦବୀକୁ ନିଯୁକ୍ତି ମିଳିବା ବେଳେ, ପ୍ରାଣୀମିତ୍ର ପାଇଁ କାହିଁକି ଓ କାହାପାଇଁ କିଏ ଏହି ମନମୁଖି କାରବାର ଚଳାଇ ଚାଲିଛନ୍ତିି । କଣ ପାଇଁ ପ୍ରାଣୀମିତ୍ର ପଦବୀକୁ ସ୍ଥଗିତ ରଖାଯାଇଛି ତାକୁ ନେଇ ପ୍ରଶ୍ନ କରିଛନ୍ତି ପୂର୍ଣ୍ଣ । ଏଠାରେ ଉଲ୍ଲେଖ କରିବାକୁ ଚାହୁଁ ଯେ, ନିକଟ ଅତୀତରେ ଏକ ସାମାଜିକ ଗଣମାଧ୍ୟମରେ ଏ ବିଷୟରେ ଜୋର ସୋର୍ ଚର୍ଚ୍ଚା ଧରିଥିଲା । ପୂର୍ବରୁ ବିଡିଓଙ୍କ ନିକଟରେ ଫେରାଦ୍ ହେବା ପରେ ମଧ୍ୟ କିଛି ସୁଫଳ ନ ମିଳିବାରୁ ପରେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ପୂର୍ଣ୍ଣ । ଆଉ ଗଞ୍ଜାମ ଜିଲ୍ଲାପାଳ ତାଙ୍କର ଅଭିଯୋଗ ପତ୍ର ଗ୍ରହଣ କରି, ଯାଂଚ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ । ହେଲେ ଏଠାରେ ପ୍ରଶ୍ନ ଉଠୁଛି । ନିଯୁକ୍ତି ପାଇଁ କଣ ସବୁ କାରବାର ଚାଲିଛି ତହାର କେବେ ପର୍ଦ୍ଧାଫାଶ ହେବ ? ଲୋକଙ୍କ ଭବିଷ୍ୟତ ସହ ଖେଳୁଥିବା ଅଧିକାରୀଙ୍କ ବିରୋଧରେ କଣ ପାଇଁ ନିଆଯାଉନି କାର୍ଯ୍ୟନୁଷ୍ଟାନ? କାହାର ବାହୁବଳ ଓ ଟଙ୍କାବଳ ଆଗରେ ଆଣ୍ଠୁମାଡି ବସିବାକୁ ବାଧ୍ୟ ହୋଇଛି ବେଗୁନିଆପଡା ବ୍ଲକର ସମସ୍ତ ସରକାରୀ ଓ ନିୟମକାନୁନ୍ ? ନିଯୁକ୍ତିରେ ଅନିୟମିତତା କରିଥିବା ଅଧିକାରୀଙ୍କ ବିରୋଧରେ କେବେ ନିଆଯିବ କାର୍ଯ୍ୟନୁଷ୍ଠାନ ? ଏତେ ସବୁ ପ୍ରଶ୍ନ ଭିତରେ ଆବେଦନକାରୀ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପ୍ରଶ୍ନ ଯୋଡି ହୋଇଛି, ହେଲେ କେବେ ମିଳିବ ଆବେଦନକାରୀଙ୍କୁ ନ୍ୟାୟ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here