ବିଧାନସଭା ଆଗରେ ପୁଣି ଆତ୍ମାହୁତି ଉଦ୍ୟମ, ବିଧାନସଭା ଗେଟ ସାମ୍ନାରେ ୩ ଜଣ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ। ୩ ଜଣଙ୍କୁ ଉଦ୍ଧାର କଲା ପୋଲିସ।ସମସ୍ତଙ୍କ ଘର ଆଠଗଡ ଅଞ୍ଚଳରେ

0
182

ଭୂବନେଶ୍ୱର,୨୭/୧୧/୨୦୨୦(ବ୍ୟୁରୋ ରିପୋର୍ଟ)ବିଧାନସଭା ସାମ୍ନାରେ ୩ ଜଣ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ, ଆଠଗଡ଼ର ୩ ଚାଷୀଙ୍କ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ, କିରାସିନି ଢାଳିବା ବେଳେ କାବୁ କଲେ ସୁରକ୍ଷା କର୍ମଚାରୀ, ଆଠଗଡ଼ କୋଅପରେଟିଭ ବ୍ୟାଙ୍କ ଋଣ ଜାଲିଆତି ପାଇଁ ଆତ୍ମାହୁତି ଉଦ୍ୟମ କରିଥିବା ସୁଚନା ମିଳିଛି। ଆଜି ପୁଣିଥରେ ବିଧାନସଭା ସାମ୍ନାରେ ଆତ୍ମହତ୍ୟ ଉଦ୍ୟମ ହୋଇଛି। ଏଥର କେଉଁ ପୀଡ଼ିତ ବାପାମାଆ ନୁହଁନ୍ତି ବରଂ ଅନ୍ନଦାତା ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜଣେ ନୁହେଁ କି ଦୁଇ ଜଣ ନୁହେଁ ୩ ଜଣ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ କରିଛନ୍ତି।ଏହି ଚାଷୀମାନେ ହେଲେ ଆଠଗଡ଼ ଅଂଚଳର। ଏହି ଚାଷୀମାନେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ହେଲେ କିରାସିନି ଢାଳିବା ବେଳେ ହଠାତ୍ କାବୁ କରିନେଇଥିଲେ ସେଠାରେ ମୁତୟନ ଥିବା ସୁରକ୍ଷା କର୍ମଚାରୀ। ଆଠଗଡ଼ କୋଅପରେଟିଭ ବ୍ୟାଙ୍କ ଋଣ ଜାଲିଆତି ପାଇଁ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here