ଭାରତୀୟ ଜନତା ପାର୍ଟି ର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
320

ବ୍ରହ୍ମପୁର,୨୯/୧୧/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ପୁରୁଣା ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଆଗା ସାହି ସ୍ଥିତ କାଶୀ ବିଶ୍ବନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ଏଥି ରେ ମଣ୍ଡଳ ସଭାପତି ଶ୍ରୀ ବିନାୟକ ରଥଙ୍କ ପୌରହିତ୍ୟ ରେ ଗଞ୍ଜାମ ଜ଼ିଲ୍ଳା ସଭାପତି ଶ୍ରୀ ବିଭୂତି ଭୂଷଣ ଜେନା ଓ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଶ୍ରୀ କାହ୍ନୁ ଚରଣ ପତି ଙ୍କ ଉପସ୍ଥିତି ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରଶିକ୍ଷଣ ଶିବିରରେ ବିଜେପିର ଇତିହାସ ସମ୍ବନ୍ଧରେ ଶ୍ରୀ ବାଳକୃଷ୍ଣ ସାମନ୍ତରାୟ,ଭାଜପା ଓ ଆମର ଦାୟିତ୍ଵ ସମ୍ବନ୍ଧରେ ଶ୍ରୀ ରାଜେଶ ସାହୁ, ଭାରତର ବୈଚାରିକ ମୁଖ୍ୟ ଧାରା ସମ୍ବନ୍ଧରେ ମହନ୍ତ ଚିନ୍ମୟାନନ୍ଦ, ବ୍ୟକ୍ତିତ୍ୱ ବିକାଶ ସମ୍ବନ୍ଧରେ ଶ୍ରୀ ଗଙ୍ଗାଧର ଶତପଥି, ଅନ୍ତ୍ୟୋଦୟ ସମ୍ବନ୍ଧରେ ଶ୍ରୀ ମଦନ ମୋହନ ପାତ୍ର, ସାମାଜିକ ଗଣମାଧ୍ୟମର ପ୍ରଭାବୀ ଉପଯୋଗ ସମ୍ବନ୍ଧରେ ଶ୍ରୀ ସିଦ୍ଧାନ୍ତ ଗଙ୍ଗଦେବ, ଆତ୍ମନିର୍ଭରତା ସମ୍ବନ୍ଧରେ ଶ୍ରୀ ନିରଞ୍ଜନ ପାଣିଗ୍ରାହୀ ପ୍ରଶିକ୍ଷାର୍ଥି ମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଭାଜପାର ସମାଜ ପ୍ରତି ଥିବା ଦାୟିତ୍ୱ ସମ୍ବନ୍ଧରେ ଅବଗତ କରାଇଥିଲେ। ଉକ୍ତ ଶିବିରରେ ଜ଼ିଲ୍ଳା ଉପ-ସଭାପତି ଶ୍ରୀ ପ୍ରଭାତ କିରଣ ଷଡଙ୍ଗୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶ୍ରୀ ଶିବ ଶଙ୍କର ଶତପଥି ମଞ୍ଚ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here