ଭୋଟର୍ ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୧ ସମ୍ପର୍କୀୟ ସୂଚନା l

0
268

ବ୍ରହ୍ମପୁର, ୨୯/୧୧/୨୦୨୦ ( ଟୁକୁନା ପ୍ରଧାନ) -: ଭୋଟର ତାଲିକାର ନାମ ପଞ୍ଜିକରଣ ଓ ସଂଶୋଧନ ପ୍ରକ୍ରିୟା ୧୬ ନଭେମ୍ବର ଠାରୁ ଆରମ୍ଭ ହୋଇ ୧୫ ଡ଼ିସେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଲୁ ରହିବ l ଯେଉଁ ଯୁବକ ଓ ଯୁବତୀ ମାନଙ୍କ ବୟସ ୨୦୨୧ ଜାନୁଆରୀ ୧ ତାରିଖ ସୁଦ୍ଧା ୧୮ ବର୍ଷ ପୂର୍ଣ୍ଣ ହେଉଥିବ ସେମାନେ ନିଜ ନାମକୁ ଭୋଟର ତାଲିକାରେ ପଂଜିକରଣ କରିପାରିବେ l ଏଥିସହ ଅନ୍ୟ ଭୋଟର ମାନେ ମଧ୍ୟ ଭୋଟର ତାଲିକାରେ ନାମ ପଞ୍ଜିକରଣ, ସଂଶୋଧନ କିମ୍ବା ସ୍ଥାନନ୍ତରଣ କରିବାର ସୁବିଧା ରହିଛି l ଏଣୁ ସମସ୍ତେ ସଚେତନ ହୋଇ ନିକଟସ୍ଥ ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ନାମକୁ ପଞ୍ଜିକରଣ କିମ୍ବା ସଂଶୋଧନ କରାନ୍ତୁ l ସ୍ୱତନ୍ତ୍ର ପ୍ରଚାର ଦିବସ ଭାବେ ନିର୍ଦ୍ଧାରିତ ହୋଇଥିବା ଆସନ୍ତା ନଭେମ୍ବର ୨୮ (ଶନିବାର), ୨୯ (ରବିବାର), ଡିସେମ୍ବର ୫ (ଶନିବାର) ଏବଂ ୬ (ରବିବାର) ଏହି ଚାରିଗୋଟି ଦିବସରେ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ନିଜ ନିଜ ବୁଥ୍ ରେ ଉପଲବ୍ଧ ରହିବେ l ଏଣୁ ଏହି ସୁଯୋଗର ସଦୁପଯୋଗ କରି ଭୋଟର ତାଲିକାରେ ନିଜର ନାମକୁ ପଞ୍ଜିକରଣ କିମ୍ବା ସଂଶୋଧନ କରିବା ପାଇଁ ଅନୁରୋଧ କରାଯାଉଅଛି l ଅଧିକ ବିବରଣୀ ପାଇଁ କିମ୍ବା ଅନଲାଇନରେ ଆବେଦନ ପାଇଁ ନିଜ ମୋବାଇଲର ପ୍ଲେ ଷ୍ଟୋର କୁ ଯାଇ ଭୋଟର ହେଲ୍ପ ଲାଇନ ଆପ୍ ଡାଉନ୍ ଲୋଡ଼ କରିପାରିବେ lସ୍ଵତନ୍ତ୍ର ପ୍ରଚାର ଦିବସର ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରାକାର ଜେନା ଏବଂ ବି ଏଲ୍ ଓ ପରିଦର୍ଶନ ଜଗନ୍ନାଥ ବାରିକ ବୁଥ ପରିଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here