ବ୍ରାଉନସୁଗାର ଜବତ, ୩ଗିରଫ

0
220

ଖୋର୍ଦ୍ଧା,୧୦/୧୨/୨୦୨୦: ଖୋର୍ଦ୍ଧା ପୋଲିସର ଚଢାଉ। ୨୬୪ଗ୍ରାମ ବ୍ରାଉନସୁଗାର ସମେତ ଗୋଟିଏ କେଟିଏମ ବାଇକ, ୪୧ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ,୯୦୯ଟି ପଲିଥିନ ପ୍ୟାକେଟ, ୨୦ଟି ରବର ବ୍ୟାଣ୍ଡ ଓ ଗୋଟିଏ ଓଜନ ମେସିନ ଜବତ କରି ତିନି ଜଣ ବ୍ରାଉନସୁଗାର ବେପାରୀ ଗିରଫ । ଗିରଫ ବ୍ରାଉନସୁଗାର ବେପାରୀମାନେ ହେଲେ ରାଜସୁନାଖଳା ହାଟବସ୍ତର ସୁଶାନ୍ତ ମାଝି, ରାଜସୁନାଖଳା ମାଥୁରପୁର ସାହିର ସାରଥି ନାୟକ, ଖୋର୍ଦ୍ଧା ସ୍ୱପ୍ନେଶ୍ୱର ସାହିର ଶ୍ରୀକାନ୍ତ ପରମଗୁରୁ। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଖୋର୍ଦ୍ଧା ପୋଲିସ । ସୁଶାନ୍ତ ମାଝି ଓ ଶ୍ରୀକାନ୍ତ ପରମଗୁରୁ ନାମରେ ଖୋର୍ଦ୍ଧାର ବିଭିନ୍ନ ଥାନାରେ ବ୍ରାଉନସୁଗାର କାରବାର ସଂପର୍କରେ ଏକାଧିକ ଲିଙ୍କ ଥିବା ମାମଲା ରୁଜୁ ହୋଇଥିବା ପୋଲିସ ରେକର୍ଡରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here