ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସହରାଞ୍ଚଳ ଉନ୍ନୟନ ସମୀକ୍ଷା ଉତ୍ତମ କାର୍ଯ୍ୟ ଯୋଗୁଁ କାର୍ଯ୍ୟ ନିର୍ବାହୀ ଅଧିକାରୀଗଣ ପଦୋନ୍ନତି ପାଇବେ –ପ୍ରମୁଖ ସଚିବ

0
304

ଛତ୍ରପୁର,୧୦/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚ୍ଚିବ ଜି. ମାଥିଭାଥାନନ୍ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସହରୀ ବିକାଶ ଯୋଜନା ସମ୍ପର୍କିତ ସମୀକ୍ଷା କରିଥିଲେ । ବୈଠକର ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତଙ୍କୁ ସ୍ବାଗତ ଜଣାଇ ସହରୀ ବିକାଶ ଯୋଜନାର ସଫଳ ରୃପାୟନ ନେଇ ସମସ୍ତଙ୍କ ଠାରୁ ଆଶା ପୋଷଣ କରିଥିଲେ । ପ୍ରମୁଖ ଶାସନ ସଚ୍ଚିବ ଜି. ମାଥି ଭାଥାନନ୍ ଜଣାଇଥିଲେଯେ ଭାରତ ବର୍ଷର ଛତିଶଗଡ ଏବଂ ମହାରାଷ୍ଟ୍ର ଭଳି ସହରକୁ ପଛରେ ପକାଇ ଓଡିଶା ସହରୀ ବିକାଶ ଯୋଜନାରେ ଉନ୍ନତମାନର କାର୍ଯ୍ୟ କରିଥିବା ହେତୁ ଆଜି ଓଡିଶା ପ୍ରଥମ ରାଜ୍ୟ ଭାବେ ସମ୍ମାନୀତ ହୋଇଛି । ଏହି ଗର୍ବ ଓ ଗୌରବ ସମସ୍ତ କର୍ମକର୍ତ୍ତା ମାନଙ୍କ ସାମୁହିକ ପ୍ରୟାସ ଦ୍ବାରାହିଁ ହୋଇପାରିଛି । ଏଥି ନାମନ୍ତେ ତଳ ସ୍ତରର କର୍ମଚାରୀଙ୍କ ଠାରୁ ଉଚ୍ଚସ୍ତରର ଅଧିକାରୀମାନେ ପ୍ରଶଂସାର ପାତ୍ର । ସ୍ବଚ୍ଛ ଓଡିଶା, ସୁସ୍ଥ ଓଡିଶା ଯୋଜନାରେ ବର୍ଜ୍ୟ ବସ୍ତୁ ପରିଚାଳନା କାର୍ଯ୍ୟର ସୁପରିଚାଳନା ହୋଇପାରିଲେ ଆଗାମୀ ବର୍ଷରେ ଓଡିଶା ବିଶ୍ବ ଦରବାରରେ ସୁନାମ ଅର୍ଜନ କରିପାରିବ । ଦୀର୍ଘ ୧୯ ବର୍ଷର ବ୍ୟବଧାନ ପରେ ସେ ଆଜି ଜିଲ୍ଲାର ହିଞ୍ଜିଳିକାଟୁ ପରିଦର୍ଶନ କରିବାକୁ ଯାଇଥିଲେ । ସହରର ରୂପରେଖ ଅଭୂତପୂର୍ବ ରୂପେ ବଦଳିଯାଇଥିବା ହେତୁ ସେ ଖୁସି ପ୍ରକାଶ କରିଥିଲେ । ଅନ୍ୟ ସହରର ବିକାଶ ନିମନ୍ତେ ଯେତିକି ପରିମାଣର ଅନୁଦାନ ପ୍ରଦାନ କରାଯାଇଛି ଠିକ୍ ସେହିପରି ହିଞ୍ଜିଳିକାଟୁକୁ ମଧ୍ୟ ଏକା ପରିମାଣର ଅନୁଦାନ ଦିଆଯାଇଛି । ହିଞ୍ଜିଳିକାଟୁକୁ ସ୍ବତନ୍ତ୍ର ଭାବେ ଅଧିକ ଅନୁଦାନ ପ୍ରଦାନ କରାଯାଇ ନାହିଁ । ତଥାପି ସହରର ରୂପରେଖ ଏତେଟା ବଦଳିଯିବା ଆଶ୍ଚର୍ଯ୍ୟର ବିଷୟ ନୁହେଁ ଏଥି ସକାଶେ ଅଧିକାରୀଙ୍କ ମାନସିକତାର ଆବଶ୍ୟକତା ସହ ଲୋକଙ୍କ ମଧ୍ୟରେ ସଚେତନତା ହିଁ ଏକମାତ୍ର ମାଧ୍ୟମ । ଏଣୁ ସେହି ଲକ୍ଷ୍ୟ ନେଇ ଆମେ ସହରର ବିକାଶ ଧାରାକୁ ଆଗେଇ ନେବାକୁ ହେବ । ଆଗାମୀ ବର୍ଷରେ ଜାତୀୟ ସ୍ତରରେ ସମ୍ମାନୀତ ହେଲେ ସଂପୃକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଦୋନ୍ନତି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । କମ୍ୟୁନିଟିର ଉତ୍ତମ ମାନ ଭାଗୀଦାରି ହେଲେ ଏଭଳି କାର୍ଯ୍ୟ ସମ୍ଭବ ହୋଇପାରିବ, ଏ ଦିଗରେ ସମସ୍ତଙ୍କର ପ୍ରୟାସ ଜାରି ହେବା ଜରୁରୀ । ଏଥି ପୂର୍ବରୁ ସହରର ବର୍ଯ୍ୟବସ୍ତୁ ପରିଚାଳନା ସକାଶେ ପ୍ରତି ଘରୁ ସଂଗୃହୀତ ହେଉଥିବା କଠିନ ଓ ତରଳ ଆବର୍ଜନା ଗୁଡିକ ସହରର ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଗଚ୍ଛିତ କରାଯାଉଥିଲା ଯାହା ଫଳରେ ସେଠାକାର ପରିବେଶ ପ୍ରଦୂଷିତ ହେବା ସହିତ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟ ଜନୀତ ଅନେକ ସମସ୍ୟା ଦେଖାଯାଉଥିଲା । ସମ୍ପ୍ରତି ଆମ ସହର ଯୋଜନାରେ ପ୍ରତି ଘରକୁ ଘର ବୁଲି ବ୍ୟାଟେରୀ ଚାଳିତ ଗାଡି ରେ ସ୍ବୟଂ ସହାୟକ ଗୋଷ୍ଠୀର ସ୍ବଚ୍ଛ ସାଥୀମାନଙ୍କ ଦ୍ବାରା ଓ କିନ୍ନର ମାନଙ୍କ ସହାୟତାରେ ସଂଗ୍ରହ କରାଯାଇ ମାଇକ୍ରୋ କମ୍ପୋଜିଟିଭ୍ ସେଣ୍ଟର (ଏମ୍.ସି.ସି) ଏବଂ ମ୍ୟାଟେରିଆଲ୍ ରେକଭରୀ ଫ୍ୟାସିଲିଟି (ଏମ୍.ଆର୍.ଏଫ୍) ଦ୍ବାରା ବର୍ଜ୍ୟବସ୍ତୁକୁ ଜୈବଖତ- ମୋ ଖତ ରେ ପରିଣତ କରାଯାଇ ଚାଷ କାର୍ଯ୍ୟରେ ବିନିଯୋଗ ନିମନ୍ତେ ବିକ୍ରି ହୋଇପାରିଛି । ବର୍ଜ୍ୟବସ୍ତୁ ପରିଚାଳନା ହେତୁ ଜୈବଖତ ମିଳିବା ସହିତ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କ କର୍ମନିଯୁକ୍ତି ହୋଇପାରୁଛି । ତତ୍ ସହିତ ସେବା ପାଉଥିବା ଗୃହ ମାନଙ୍କରୁ ବ୍ୟାବହାରିକ ଦେୟ ପ୍ରତି ଘରପିଛା ଦୈନିକ ଏକଟଙ୍କା ହିସାବରେ ମାସିକ ୩୦ ଟଙ୍କା ଆଦାୟ କରିବାକୁ କୁହାଯାଇଛି । ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳ ଗୁଡିକରେ ପାଇପ୍ ଯୋଗେ ପାନୀୟଜଳ ବ୍ୟବସ୍ଥା ନିମନ୍ତେ ନିଆଯାଇଥିବା ପଦକ୍ଷେପ ଗୁଡିକର କାର୍ଯ୍ୟକାରିତା ଘେନି ମଧ୍ୟ ସମୀକ୍ଷା ହୋଇଥିଲା । କୌଣସି ଗୋଟିଏ ଘର ମଧ୍ୟ ପାଇପ୍ ସଂଯୋଗ ନ ହୋଇ ରହିବ ନାହିଁ ସେ ଦିଗରେ ଦୃଷ୍ଟି ଦେବାକୁ କହିଥିଲେ ଏବଂ ମାର୍ଚ୍ଚ ୩୧ ସୁଦ୍ଧା ଏହି କାର୍ଯ୍ୟ ସମାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ୭୨୧୨୮୦ଗୃହକୁ ପାଇପ୍ ସଂଯୋଗୀକରଣ ହୋଇଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୨୧୭୦୦୦ଗୃହକୁ ପାଇପ୍ ସଂଯୋଗ ଲକ୍ଷ୍ୟ ରଖାଯାଇଛି । ଜାଗା ମିଶନ୍ ଯୋଜନା ଯୋଗୁଁ ଆନ୍ତର୍ଜାତୀୟ କ୍ଷେତ୍ରରେ ଓଡିଶା ସୁନାମ ଅର୍ଜନ କରିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୩ ସହରାଞ୍ଚଳ ବସ୍ତିରେ ବସବାସ କରୁଥିବା ୬୦୧୦୫ ପରିବାରଙ୍କୁ ଜମିଅଧିକାର ପଟ୍ଟା ପ୍ରଦାନ କରାଯାଇଛି । ୯୫ ସହରରେ ୯୯୩୧୧ପରିବାରଙ୍କୁ ଜମି ଅଧିକାର ପଟ୍ଟା ପ୍ରଦାନ ସକାଶେ ଅନୁମୋଦନ କରାଯାଇଛି । ଆଦର୍ଶ କଲୋନୀ, ରାସ୍ତା ଆଲୋକୀ କରଣ, ସହର ସୌନ୍ଦର୍ଯ୍ୟୀକରଣ, ଶୌଚାଳୟ ନିର୍ମାଣ ଇତ୍ୟାଦି ସମସ୍ତ ବିଷୟ ନେଇ ସମୀକ୍ଷା ହୋଇଥିଲା । ଆହାର କେନ୍ଦ୍ର ମାନଙ୍କରେ ଉତ୍ତମ ମାନର ଶୌଚାଳୟ ନିର୍ମାଣ ସକାଶେ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ସହରାଞ୍ଚଳର ସମସ୍ତ ବିକାଶମୂଳକ, ସୌନ୍ଦର୍ଯ୍ୟୀକରଣ, ସ୍ବଚ୍ଛ ସର୍ବେକ୍ଷଣ ଆସନ୍ତା ୩୦ ତାରିଖ ସୁଦ୍ଧା ଶେଷ କରିବାକୁ କହିଥିଲେ । ହୋଲ୍ଡିଂ ଟ୍ୟାକ୍ଯ ରାଜସ୍ବ ଆଦାୟ ଦିଗରେ ଗୁରୁତ୍ବ ଦିଆଯାଇଥିଲା ।
ବୈଠକରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପୌରାଞ୍ଚଳ ନିର୍ଦ୍ଦେଶକ ପ୍ରଶାସକ ସଂଗ୍ରାମଜିତ୍ ନାୟକ, କନ୍ଧମାଳ ଜିଲ୍ଲାପାଳ ଡଃ ବୃନ୍ଦା ଡି, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳରାମ ବନ୍ଦାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ କଲ୍ୟାଣ କୁମାର ରଥଙ୍କ ସମେତ ଜିନିଗୋଟି ଜିଲ୍ଲାର ସହରାଞ୍ଚଳ ଅଧିକାରୀ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here