ହିଞ୍ଜିଳିରେ ଗୃହ ଓ ନଗର ଉନ୍ନୟନ ବିଭାଗୀୟ ପ୍ରମୁଖ ସଚିବଙ୍କ ଉନ୍ନୟନ ପ୍ରକଳ୍ପର ସମୀକ୍ଷା ।

0
166

ହିଞ୍ଜିଳିକାଟୁ,୧୦/୧୨/୨୦୨୦: ଗୁରୁବାର ଦିନ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନାନ ହିଞ୍ଜିଳି ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଓ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ସମୀକ୍ଷା ବୈଠକ କରିଥିଲେ । ହିଞ୍ଜିଳିକୁ ସମଗ୍ର ଦେଶରେ ୧ ନମ୍ବର କରିବା ସହ ମଡେଲ ସହର ପାଇଁ ଲକ୍ଷ୍ୟ ରଖାଯାଇଛି ।ଏନେଇ ସ୍ବଛତା ଓ ପରିମଳ ଉପରେ ମୋ ଓ୍ବାର୍ଡ ସମୀକ୍ଷା ବୈଠକ ସ୍ଥାନୀୟ ନେତାଜୀ କଲ୍ୟାଣ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନାପ୍ରକାରେ ପୌରପରିଷଦ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଆମ ଓ ମୋ ଓ୍ବାର୍ଡ ଭିତରେ ଥିବା ମତଭେଦ ଭୂଲି ସ୍ବଚ୍ଛତା ପାଇଁ ନିୟୋଜିତ ଥିବା ସମସ୍ତ ପ୍ରକାର କର୍ମଚାରୀ ଓ ଓ୍ବାର୍ଡ ବାସିନ୍ଦଙ୍କ ସହଯୋଗ ରେ ମୋ ଓ୍ବାର୍ଡର ବିକାଶ ସମ୍ପୂର୍ଣ୍ଣ ଭାବେ ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି ।ସ୍ବଚ୍ଛ ସାଥିଙ୍କ ପରିଶ୍ରମରେ ସ୍ବଚ୍ଛତା ପ୍ରତିଯୋଗିତାରେ ନିଶ୍ଚିତ ଭାବେ ପ୍ରଥମ ସ୍ଥାନ ଅଧିକାର ଗ୍ରହଣ ହୋଇପାରିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ଥିବା ମୋ ଓ୍ବାର୍ଡ କମିଟି ର
ଦୁଇଜଣଙ୍କୁ୧,୨,୩,୪ ମୋ ଓ୍ବାର୍ଡର ସ୍ବଛତା ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଘଟିଥିବା ସମସ୍ତ ପ୍ରକାର ପ୍ରସ୍ତୁତି ଟିପ୍ପଣୀ ଦେବାପାଇଁ କହିଥିଲେ । ଏନେଇ ପୁର୍ବତନ ନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ ସମସ୍ତ ସୁଚନାକୁ ଗୃହ ଓ ନଗର ଉନ୍ନୟନ ବିଭାଗୟୀ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ରଖିଥିଲେ । ବିଭାଗୀୟ ଅଧିକାରୀମାନେ ରଖିଥିବା ବାର୍ଯ୍ଯବସ୍ତୁର ପରିଚାଳନା ସମ୍ଭନ୍ଧୀୟ ଖବରରେ ସନ୍ତୋଷଜନକ ହେବା ଜଣାପଡିଛି ।ତତ୍ପରେ ଦେଉଳବନ୍ଧ ସୌନ୍ଦର୍ଯ୍ୟ କରଣ ସହିତ ନିକଟରେ ପାର୍କ ପରିଦର୍ଶନ କରିଥିଲେ। ସହର ସ୍ବଚ୍ଛତାରେ କି କି ପଦକ୍ଷେପ ନିଆଯାଇଛି ସେନେଇ ଅଟକି ଥିଲେ ପରିବା ଚାଷୀବଜାର ହିଞ୍ଜିଳି । ପରିଶେଷରେ ନୁଆଁଗଡ଼ ସ୍ଥିତ ଜୈବିକ ଖତ ସଂଗୃହିତ କେନ୍ଦ୍ର (ଏମ ସି ସି )ପରିଦର୍ଶନରେ ସ୍ବଚ୍ଛ ଭାରତ ମିଶନର ନିର୍ଦ୍ଦେଶକ , ଗୃହ ଓ ନଗର ଉନ୍ନୟନ ବିଭାଗୟୀ ସଚିବ ସହ ଅତିରିକ୍ତ ସଚିବ ,ମୂଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ମହାପାତ୍ର ,ବିଡ଼ିଓ ପ୍ରଶନ୍ନ କୁମାର ପାତ୍ର ,ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ବ୍ଳକ ସହକାରୀ ଯନ୍ତ୍ରୀ ପ୍ରମୋଦ ଚନ୍ଦ୍ର ନାୟକ , ସ୍ବଚ୍ଛସାଥି ସୁପରଭାଇଜର ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ସ୍ବଚ୍ଛସାଥି,ମୋ ଓ୍ବାର୍ଡ କମିଟିର ସମସ୍ତ ସଭ୍ୟ ଓ ଓ୍ବାର୍ଡ ନୋଡାଲ ଅଫିସର ଏହି ବୈଠକରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here