ବୁଗୁଡା ବ୍ଲକର ଦୁଇଟି କେନ୍ଦ୍ରରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା

0
253

ବୁଗୁଡା, ୧୬/୧୨/୨୦୨୦: ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକର ଦୁଇଟି ପରୀକ୍ଷା କେନ୍ଦ୍ରରେ ୭୬ ଜଣ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଡିସେମ୍ବର ୧୬ ତାରିଖ ଦିନ ବୃତ୍ତି ପରୀକ୍ଷା ଦେଇଥିବା ବେଳେ ଜଣେ ଅନୁପସ୍ଥିତ ଥିବା ଜଣାପଡିଛି। ବୁଗୁଡା ପିପୁଲସ ହାଇ ସ୍କୁଲ ପରୀକ୍ଷା କେନ୍ଦ୍ରରେ ୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସମସ୍ତେ ପରୀକ୍ଷା ଦେଇଥିଲେ। ଏବିଇଓ ପୀତାମ୍ବର ବିଷୋୟୀ ଏହି ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ଭାବେ ପରୀକ୍ଷା ପରିଚାଳନା କରିଥିଲେ। ସେହିପରି ବୁଗୁଡା ଶ୍ରୀ ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ୩୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ଅନୁପସ୍ଥିତ ଥିବା ବେଳେ ୩୬ ଜଣ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା କେନ୍ଦ୍ରରେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ଭାବେ କାର୍ଯ୍ୟ ପରିଚାଳନା କରିଥିଲେ। ବିଇଓ ନୀଳମାଧବ ଷଡଙ୍ଗୀ ଦୁଇ କେନ୍ଦ୍ରର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ତୁଲାଇ ଥିବା ବେଳେ ୧୧ ଜଣ ସିଆରସିସି ଓ ୩ ଜଣ ଶିକ୍ଷକ ନିରୀକ୍ଷକ ଭାବେ ଦୁଇଟି କେନ୍ଦ୍ରର ପରୀକ୍ଷା କକ୍ଷ ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିଥିଲେ। ପରୀକ୍ଷା ଶାନ୍ତି ଶୃଙ୍ଖଳା ସହ ପରିଚାଳିତ ହୋଇଥିବା ଜଣାପଡିଛି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here