ପୋଲସରାରେ ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ

0
269

ପୋଲସରା, ୨୬/୧୨/୨୦୨୦: ଓଡ଼ିଶାର ସର୍ବବୃହତ ଦଳ ବିଜେଡି ର ୨୪ ତମ ପ୍ରତିଷ୍ଠା ଦିବସ ସାରା ରାଜ୍ୟରେ ପାଳିତ ହେଉଥିବା ପରିପ୍ରେକ୍ଷୀରେ ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସ ବିଜେଡି ପକ୍ଷରୁ ପୋଲସରା ବସଷ୍ଟାଣ୍ଡ ଠାରେ ପାଳିତ ହୋଇଥିଲା । ବିଜେଡିର ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ସଭାପତି ମଦନ ଗୋପାଳ ଦୋରା ଅଧ୍ୟକ୍ଷତା କରିଥିବା ବେଳେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ପୋଲସରା ନିର୍ବାଚନ ମଣ୍ଡଳୀର ବହୁ ସଂଖ୍ୟକ ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦଳର ପ୍ରମୁଖ ଦିଗ ଓ ବିକାଶ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ନବୀନ ବାବୁଙ୍କ ନେତୃତ୍ବରେ ବିଜେଡି ଶାସନ ବିଶ୍ବ ଦରବାରରେ ଓଡିଶାକୁ ପ୍ରତିଷ୍ଠିତ କରିପାରିଛି। ପ୍ରବାଦ ପୁରୁଷ ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ନିଜର ଦକ୍ଷତା ଓ ନିର୍ମଳ ଭାବମୂର୍ତ୍ତି ସହ ଓଡ଼ିଶାର ବିକାଶ କାର୍ଯ୍ୟ ଦେଶ ବିଦେଶରେ ଆଦୃତ ହୋଇଥିବା ପ୍ରକାଶ କରିଥିଲେବି ବିଧାୟକ ଶ୍ରୀ ସାହୁ । ନବୀନ ପଟ୍ଟନାୟକଙ୍କ ଶାସନ ପ୍ରଣାଳୀ ଯୋଗୁଁ ବିଜେଡି ସମସ୍ତ ଜାତୀୟ ଦଳକୁ ପଛରେ ପକାଇ ଓଡ଼ିଶା ରାଜ୍ୟ ରାଜନୀତିରେ ସଫଳତା ହାସଲ କରିଛନ୍ତି ବୋଲି ଦଳୀୟ ନେତାମାନେ ବକ୍ତବ୍ୟ ରଖିବା ସହ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ପ୍ରତିଷ୍ଠା ଦିବସରେ ପୋଲସରା ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ରନାଥ ପ୍ରଧାନ , ସଂପାଦକ ଅଶୋକ କୁମାର ବିଷୋୟୀ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଞ୍ଜୁକ୍ତା ବାଡତ୍ୟା , ନଗର ସଭାପତି ରଞ୍ଜିତ କୁମାର ସାହୁ , ସଂପାଦକ ବାବୁଲା ପଟ୍ଟନାୟକ, ପୋଲସରା ବ୍ଲକ ବିଜେଡି ଯୁବ ସଭାପତି ସୁଶାନ୍ତ କୁମାର ପୋଲେଇ , ସାଂସଦ ପ୍ରତିନିଧି ମୋତିରାମ ସାହୁ , ପୂର୍ବତନ ନଗର ସଭାପତି ଭଗବାନ ସାହୁ , ଜିଲ୍ଲା ଯୁବ ଉପସଭାପତି ସୁକାନ୍ତ ଭୂୟାଁ, ଜିଲ୍ଲା ସଂପାଦକ ସୁଧାଂଶୁ ପାଢ଼ୀ ,ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ବୁଗୁଡା ନଗର ସଭାପତି ରାଜେନ୍ଦ୍ର କୁମାର ପାଢୀ, ବୁଗୁଡା ବ୍ଲକ କାର୍ଯକାରୀ ସଭାପତି ଖଦାଳ ଖଟେଇ, ବୁଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରାଙ୍କ ସମେତ ଉଭୟ ବୁଗୁଡା ଓ ପୋଲସରା ବ୍ଲକର ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଏବଂ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here