ସୁମଣ୍ଡଳ ନିକଟସ୍ଥ ପଥୁରିନାଳ ରାସ୍ତା ନିକଟରେ ଅଟୋ ଦୁର୍ଘଟଣା ଗ୍ରସ୍ତ,୫ ଆହତ ,ଜଣେ ଗୁରୁତର 

0
147

 

ବ୍ରହ୍ମପୁର, ୨୭/୧୨/୨୦୨୦(ଟୁକୁନା ପ୍ରଧାନ) ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସୁମଣ୍ଡଳ ଠାରୁ ଭେଜିପୁଟ ଯିବା ରାସ୍ତାର ପଥୁରିନାଳ ପାଖ ରାସ୍ତାରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣା ଗ୍ରସ୍ତ ହେବା ସହ ୫ ଜଣ ଆହତ ହେବା ସହ ସେଥି ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି।ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମରୁ କିଛି ଲୋକ ଏକ ଅଟୋ ଯୋଗେ ଶାଗ ମାଛ ଧରି ଭେଜିପୁଟ ଅଭିମୁଖେ ଯାଉଥିଲେ। ପଥୁରି ନାଳ ନିକଟରେ ଏକ ଖାଲ ରେ ଚକ ପଶି ଅଟୋ ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ଏଥିରେ ବସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ସୁକୁଟା ନାୟକ, ରଶ୍ମିତା ଡାକୁଆ, ମଳୟ ପ୍ରଧାନ, ଦିପୁ ସାହୁ, ଓ ଆୟୁଷ ପଲାଇ ଆହତ ହେବା ପରେ ତାଙ୍କୁ ତୁରନ୍ତ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରାଯାଇଥିଲା। ସୁକୁଟ। ଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆଉ ସମସ୍ତଙ୍କ ଅବସ୍ଥା ଭଲ ରହିଛି ।

LEAVE A REPLY

Please enter your comment!
Please enter your name here