ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଦେଲେ ୮୫ ଜଣ

0
247

ବୁଗୁଡା,୩୦/୧୨/୨୦୨୦: ବୁଗୁଡା ବ୍ଲକର ମୋଟ ୮୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୫ ଜଣ ପରୀକ୍ଷା ଦେଇଥିବା ବେଳେ ୩ ଜଣ ଅନୁପସ୍ଥିତ ଅଛନ୍ତି। ଡିସେମ୍ବର ୩୦ ତାରଖ ଦିନ ୨୦୨୦ ମସିହାର ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷା ବୁଗୁଡା ପିପୁଲସ ହାଇ ସ୍କୁଲ ଓ ଶ୍ରୀ ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ପିପୁଲସ ହାଇ ସ୍କୁଲ କେନ୍ଦ୍ରର ଅଧୀକ୍ଷକ ଦାୟିତ୍ୱ ଏବିଇଓ ପିତାମ୍ବର ବିଷୋୟୀ ନେଇଥିବା ବେଳେ ମୋଟ ୪୮ ଜଣଙ୍କ ମଧ୍ୟରୁ ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଶ୍ରୀ ବିରଞ୍ଚୀନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରର ଅଧୀକ୍ଷକ ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି କାର୍ଯ୍ୟ ପରିଚାଳନା କରିଥିବା ବେଳେ ୪୦ ଜଣରୁ ୩୭ ଜଣ ପରୀକ୍ଷା ଦେଇ ଥିବା ବେଳେ ୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ବିଇଓ ନୀଳମାଧବ ଷଡଙ୍ଗୀ ଦୁଇ କେନ୍ଦ୍ରର ପରିଦର୍ଶକ ଭାବେ ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ପରିଚାଳନା କରିଥିଲେ। ସିଆରସିସି ମାନେ ପରୀକ୍ଷା ଗୃହରେ ନିରୀକ୍ଷକ ଭାବେ କାର୍ଯ୍ୟ କରିଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here