ବିଧାୟକଙ୍କ ଦ୍ୱାର ରାମଗଡ଼ ଗ୍ରାମର କୋଠଗୃହ ଉଦଘାଟନ

0
225

ବୁଗୁଡା, ୩୦/୧୨/୨୦୨୦: ବୁଗୁଡା ବ୍ଲକ ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମ ପଞ୍ଚାୟତର ରାମଗଡ଼ ଗ୍ରାମର କୋଠଗୃହକୁ ଡିସେମ୍ବର ୩୦ ତାରିଖ ଦିନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ମାମି ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ସରପଞ୍ଚ ବିଜୁଳି ଜେନା ଓ ସମିତି ସଭ୍ୟା ସଂଯୁକ୍ତା ଜେନା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସାହୁ ଗ୍ରାମ ବାସୀଙ୍କ ସହ ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here