ବ୍ୟକ୍ତି ସଚେତନତା ମାଧ୍ୟମରେ ସମଗ୍ର ବିଶ୍ୱକୁ ସଚେତନ କରିହେବ: କରୋନା ସଚେତନତା ଓ ରିଲିଫ ବଣ୍ଟନର ୨୭୫ତମ ଦିବସରେ ବହୁ ବକ୍ତାଙ୍କ ମତ।

0
238

ଯାଜପୁର, ୩୧/୧୨/୨୦୨୦(ବ୍ୟୁରୋ ରିପୋର୍ଟ)ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ମାର୍ଚ୍ଚ ୨୨ତାରିଖରୁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିବା ମହାମାରୀ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ୨୭୫ତମ ଦିବସ ପାଳନ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ଆୟୋଜିତ ସଭାରେ ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଯୁବ ଶିକ୍ଷାବିତ ଶ୍ରୀଯୁକ୍ତ ବିଦ୍ୟାସାଗର ବେହେରା ଯୋଗଦାନକରି ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ କଳାକାର ଓ କଳାର ନିଷ୍କର୍ଷରେ ସମାଜର ପଟ୍ଟ ପରିବର୍ତ୍ତନ ଅଵଶ୍ୟମ୍ଭାବିବୋଲି ମତବ୍ୟକ୍ତ କରିଥିବାବେଳେ,ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଜ୍ୟୋତିଶଙ୍କର ରାୟ,କଳାକାର ଶଶିକାନ୍ତ ପଣ୍ଡା,ସମାଜସେବୀ ରମେଶ ଚନ୍ଦ୍ର ବେହେରା, ନୃତ୍ୟଶିଳ୍ପୀ ଅର୍ଚ୍ଚନା ସାହୁ ଆଦି ଯୋଗଦାନ କରି ବ୍ୟକ୍ତି ସଚେତନ ମାଧ୍ୟମରେ ସମଗ୍ର ବିଶ୍ୱକୁ ସଚେତନ କରିହେବ ବୋଲି ମତବ୍ୟକ୍ତ କରିଥିଲେ।ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର ଅତିଥି ମାନଙ୍କୁ ସ୍ୱାଗତ କରିବାସହ ପ୍ରାରମ୍ଭିକ ସୂଚନା ଓ ଦୀର୍ଘଦିନର କାର୍ଯ୍ୟକ୍ରମର ଅନୁଭୂତିକୁ ପ୍ରଦାନ କରିଥିଲେ।ପ୍ରାରମ୍ଭିକ ପର୍ଯ୍ୟାୟରେ ସୁଶ୍ରୀ ଅନିତା ବାଇଙ୍କଦ୍ଵାରା ସ୍ୱାଗତ ନୃତ୍ୟ ପରିବେଷଣ ସହ ଅତିଥି ମାନଙ୍କଦ୍ୱାରା ପ୍ରଦୀପ ପ୍ରଜ୍ୱଳନକରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ବର୍ଷାରାଣୀ ମାଝୀ,ସ୍ୱିଟି ମହାନ୍ତି,ମାନସୀ ଦାସ,ପୂଜାରାଣୀ ଦାସ,ନାରୋତ୍ତମ ଗୋଛାୟତ,ଆକାଶ ମଲ୍ଲିକ, ବିକାଶ ମଲ୍ଲିକ, ବିକାଶ ଦାସ,ରକି ଦାସ,ବିଶ୍ୱଜିତ ଦାସ,ମାନସ ସେଠଙ୍କ ସମେତ ବହୁ ବ୍ୟକ୍ତି ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here