ନୂଆବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

0
210

ନୂଆଦିଲ୍ଲୀ, ୦୧/୦୧/୨୦୨୧(ବ୍ୟୁରୋ ରିପୋର୍ଟ)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନୂଆବର୍ଷ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ।ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଓ ସମୃଦ୍ଧି କାମନା କରିଛନ୍ତି ।ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ସମସ୍ତଙ୍କୁ ୨୦୨୧ର ଅଭିନନ୍ଦନ । ନୂଆବର୍ଷ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସଫଳତା ଆଣିଦେଉ । ଏହି ବର୍ଷ ବିଶ୍ୱରେ ଆଶା ଓ କଲ୍ୟାଣର ବର୍ଷ ହେଉ ।

ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ନୂତନ ବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ରାଷ୍ଟ୍ରପତି ଟ୍ୱିଟ୍ କରି କହିଛନ୍ତି ଯେ, କରୋନା ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ସମସ୍ତେ ଏଖଜୁଟ ହୋଇ ଆଗକୁ ବଢିବାକୁ ହେବ । ନୂଆବର୍ଷରେ ନୂଆ ଆରମ୍ଭର ସୁଯୋଗ ମିଳିବ । ଏହା ବ୍ୟକ୍ତିଗତ ଓ ସାମୁହିକ ବିକାଶର ସଂକଳ୍ପ ପାଇଁ ବଳ ଯୋଗାଇବ ।

LEAVE A REPLY

Please enter your comment!
Please enter your name here