ହିଞ୍ଜିଳିକାଟୁ,୦୧/୦୧/୨୦୨୧:- ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଦୁର୍ବନ୍ଧ ପଞ୍ଚାୟତ ଗୋଦରାପଲ୍ଲୀ ଗ୍ରାମରେ ସମନ୍ୱିତ ଶିଶୁ ବିକାଶ ଯୋଜନା ତଥା ଛତୁଆ ଓ ଅଣ୍ଡା ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ସିଡିପିଓ ଶୁଭଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ ।ଛୋଟ ଛୋଟ ଶିଶୁ ମୁହଁରେ ମାସ୍କ ଏବଂ ସାମାଜିକ ଦୂରତା ଏବଂ ବହୁ ସଂଖ୍ୟକ ହିତାଧିକାରୀ ଓ ଅଭିଭାବକ ଦେଖି ଖୁସି ପ୍ରକଟ କରିଛନ୍ତି ।ଏବଂ ସମସ୍ତ ଅଞ୍ଚଳ ବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଜି ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ସଂଖ୍ୟା ଶୁନ ରହିଛି ବୋଲି ସୂଚନା ଦେଇଛନ୍ତି ।ପରେ ଗ୍ରାମର ଗର୍ଭବତୀ ମହିଳା ଏବଂ ଶିଶୁ ମାନଙ୍କୁ ଛତୁଆ ଓ ଅଣ୍ଡା ବଣ୍ଟନ କାର୍ଡ ପ୍ରଦାନ କରିଛନ୍ତି ।୨୫ଜଣ ପ୍ରସୂତି ଗର୍ଭବତୀ ମହିଳା ଓ ୭୮ଜଣ ଶିଶୁଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ପ୍ରଭାତ କୁମାର ପରିଡା,ପୋୖର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ.ମନୋରଞ୍ଜନ ସାହୁ, ବିଇଓ ବସନ୍ତ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇସିଡିଏସ ସୁପରଭାଇଜର ବନଜା ବେହେରା, ସୋନାଲି ବେହେରା ପ୍ରମୁଖଙ୍କ ସହ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
ରିପୋର୍ଟ-ପ୍ରିୟବ୍ରତ ପଣ୍ଡା






