ଆଙ୍କୁଶପୁର ପଞ୍ଚାୟତରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ

0
216

କୁକୁଡାଖଣ୍ଡି,୦୧/୦୧/୨୦୨୦:କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ଆଙ୍କୁଶପୁର ପଞ୍ଚାୟତ ଅଧୀନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆଜି ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I କିପରି ଜନସାଧାରଣ ହାତ ପାହାନ୍ତାରେ ନିଜ ଗ୍ରାମରେ ସରକାରି ସୁବିଧା ପାଇପାରିବେ ଆଉ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଦୌଡ଼ି ଆର୍ଥିକ ଓ ମାନସିକ ଭାରାକ୍ରାନ୍ତ ହେବାକୁ ପଡ଼ିବ ନାହିଁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ’ ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷୀତ ମୋ ସରକାର ଯୋଜନା ଅଧୀନରେ ବିଗତ ବର୍ଷ ଠାରୁ ଆରମ୍ଭ ହୋଇଚି I ସ୍ଥାନୀୟ ତହସିଲଦାର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଉପସ୍ଥିତରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ପାଖାପାଖି ୫ ଟି ଗ୍ରାମର ଜନସାଧାରଣ ଲାଭବାନ ହୋଇଥିଲେ I ପ୍ରତି ସପ୍ତାହରେ ଭିନ୍ନ ଭିନ୍ନ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଚାଲୁରହିଛି I ୨୧ ଜଣଙ୍କୁ ଘରବାରି ପଟ୍ଟା ପ୍ରଦାନ କରାଯାଇଥିବାବେଳେ,୧୨୦ ଜଣଙ୍କୁ ଗ୍ରାମ କଣ୍ଟକ ପଟ୍ଟା,୨୧ ବିବିଧ ପ୍ରମାଣ ପତ୍ର,କାର୍ଯ୍ୟକ୍ରମ ସମୟରେ ହିଁ ୧୭ ଜଣଙ୍କର ମାମଲା ସମାଧାନ କରାଯାଇଥିଲା I ୭୦୩୦୮ ଟଙ୍କା କିସମ ପରିବର୍ତ୍ତନ ନିମନ୍ତେ ଧାର୍ଯ୍ୟ ରାଶି ଆଦାୟ କରାଯାଇଥିଲା I କରୋନା କଟକଣାକୁ ପାଳନ କରି ଆୟୋଜିତ କରାଯାଇଥିବା କାର୍ଯ୍ୟକ୍ରମରେ ଶତାଧିକ ଲୋକ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁପରଭାଇଜର ପ୍ରଭାକର ଗୌଡ଼,ସୁବାଷ ଚନ୍ଦ୍ର ନାୟକ ଆଙ୍କୁଶପୁର ରାଜସ୍ବ ନିରୀକ୍ଷକ ରଞ୍ଜନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I

LEAVE A REPLY

Please enter your comment!
Please enter your name here