ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ୫୫ତମ ପ୍ରତିଷ୍ଠା ଦିବସ ପାଳିତ

0
209

ବ୍ରହ୍ମପୁର,୦୨/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ୫୫ତମ ପ୍ରତିଷ୍ଠା ଦିବସ ଆଜି ଭଞ୍ଜବିହାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ନିମନ୍ତ୍ରିତ ଅତିଥିମାନେ ଅଭିଭାଷଣ ରେ ବିଶ୍ୱବିଦ୍ୟାଳୟ କୁ ଏକ ଶିକ୍ଷା ଓ ଗବେଷଣା ର ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଦିଗରେ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ।ଚଳିତ ବର୍ଷ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠା ଦିବସରେ ବିଶିଷ୍ଟ ସାରସ୍ୱତ ସାଧକ ଲେଖକ, କବି ପଦ୍ମବିଭୂଷ ଡଃ ସୀତାକାନ୍ତ ମହାପାତ୍ର ଙ୍କୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ନେସନାଲ ଆୱାର୍ଡ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଗୋବିନ୍ଦ ଚକ୍ରପାଣି ଓ ବିଶ୍ୱବିଦ୍ୟାଳୟ କୂଳସଚିବ ଶ୍ରୀ ରଞ୍ଜନ କୁମାର ବିଶ୍ବାଳ ପ୍ରମୁଖ ଏହି ଆୱାର୍ଡ ପ୍ରଦାନ କରିଥିଲେ। ଏହି ଅବସରରେ ଚଳଚିତ୍ର ନିର୍ଦ୍ଦେଶକ ଶ୍ରୀ ଶିଶିର ପୁରୁଷୋତ୍ତମ ମିଶ୍ର, ଶିକ୍ଷାବିତ ଡଃ କମ୍ବୁପାଣି ସାମନ୍ତ, ଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଙ୍ଗବସ୍ତ୍ର ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ଦକ୍ଷିଣ ଓଡିଶା ଲୋକ ସାଂସ୍କୃତିକ ସମ୍ମାନ ରେ ବିଶିଷ୍ଟ ଦାସକାଠିଆ କଳାକାର ଶ୍ରୀ ଉପେନ୍ଦ୍ର ପାଣିଗ୍ରାହୀ, ପାରଳାଖେମୁଣ୍ଡି ର ସିଙ୍ଗ କାରିଗର ତଥା ଶିଳ୍ପୀ ଶ୍ରୀ କୃଷ୍ଣଚନ୍ଦ୍ର ମହାରଣା ଙ୍କୁ ସମ୍ମାନିତ କରାଯାଇ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ମାନଙ୍କ ମଧ୍ୟରୁ ଏ ଆଇ ଆଇଏମ ଏସ ର ପୂର୍ବତନ ନିର୍ଦ୍ଦେଶକ , ଶିକ୍ଷା ଓ ଗବେଷଣା ଅନୁଷ୍ଠାନର ମୁଖ୍ୟ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଏବଂ ଆଲ୍ଲାହାବାଦ ହରିଶ୍ଚନ୍ଦ୍ର ଇନଷ୍ଟିଚ୍ୟୁଟ ର ଫିଜିକ୍ସ ବିଭାଗର ବୈଜ୍ଞାନିକ ପ୍ରଫେସର ଅରୁଣ କୁମାର ପତିଙ୍କୁ ” କୃତୀପ୍ରାକ୍ତନ ଛାତ୍ର ସମ୍ମାନ “ରେ ସମ୍ବର୍ଦ୍ଧିତ କରାଯାଇଥିଲା।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପାଇଁ ଅବଦାନ ରଖିଥିବା ପ୍ରତିଷ୍ଠାତା ସଦସ୍ୟ ସର୍ବଶ୍ରୀ ବସନ୍ତ କୁମାର ପଣ୍ଡା,ଭଗବାନ ସାହୁ, ସନ୍ତୋଷ କୁମାର ମହାପାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନୀତ କରାଯାଇ ଥିଲା। ଏହି ସମାରୋହରେ ବିଶ୍ୱବିଦ୍ୟାଳୟ ର କୃତି ଶିକ୍ଷକ, ଅଧିକାରୀ,ଗବେଷକ, କର୍ମଚାରୀ, କ୍ରୀଡ଼ାବିତଙ୍କ ସମେତ ଏହି ପ୍ରତିଯୋଗତର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା। କୁଳପତି ପ୍ରଫେସର ଚକ୍ରପାଣିଙ୍କ ପୌରହିତ୍ୟରେ ଏବଂ କୂଳସଚିବ ଶ୍ରୀ ବିଶ୍ବାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାରୋହରେ ବିଶ୍ଵବିଦ୍ୟାଳୟର ପଦସ୍ଥ କର୍ମଚାରୀ ଓ ଅଧିକାରୀମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here