ବ୍ରହ୍ମପୁର ମହାନଗର ନିଗମ ଓ ସୋସାଇଟି ଅଫ୍ ଆମେରିକାନସ ମଧ୍ଯ ରେ ଇ. ଲାଇବ୍ରେରୀ ପାଇଁ ଚୁକ୍ତିନାମା ସ୍ବାକ୍ଷରିତ

0
223

ବ୍ରହ୍ମପୁର,୦୨/୦୧/୨୦୨୦(ବ୍ୟୁରୋ ରିପୋର୍ଟ) ଏକ ସମନ୍ବିତ ଅତ୍ୟାଧୁନିକ ଇ. ଲାଇବ୍ରେରୀ ସର୍ବସାଧାରଣ ଙ୍କ ନିମନ୍ତେ ପରିକଳ୍ପନା କରାଯାଇ ଏକ ଦୂଢ ସାମାଜିକ- ଅର୍ଥନୈତିକ- ସାସ୍କୃତିକ ଓ ବୌଷୟିକ ପଦ୍ଧତି ମାଧ୍ୟମରେ ସୁଚନା ପ୍ରଦାନ ପୂର୍ବକ ଉତ୍ସର୍ଗୀକୃତ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ଉପଲବ୍ଧ କରାଇବା ପାଇଁ ଏକ ଦ୍ବିପାକ୍ଷିକ ଚୁକ୍ତି ପତ୍ର ର ନବୀକରଣ ଆଜି ସଂପାଦନ କରାଯାଇଛି। ଓଡିଶା ସୋସାଇଟି ଅଫ ଆମେରିକାନସ(OSA) ଓ ବ୍ରହ୍ମପୁର ମହାନଗର ନିଗମ ମଧ୍ଯ ରେ ଉକ୍ତ ଚୁକ୍ତିନାମା ନବୀକରଣ ସ୍ବାକ୍ଷରିତ ହୋଇଯାଇଛି। ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଧେଶ୍ଵର ବଳିରାମ ବୋନ୍ଦାର ଏବଂ ଓଡ଼ିଆ ସୋସାଇଟି ଅଫ୍ ଆମେରିକାନସ ଙ୍କ ତରଫରୁ ପ୍ରଫେସର ଡା.ବି ନାଗେଶ୍ୱର ରାଓ ସୁବୁଦ୍ଧି ଉକ୍ତ ନବୀକରଣ ଚୁକ୍ତିନାମା ରେ ସ୍ବାକ୍ଷରିତ କରି ଆଗାମୀ ୫ବର୍ଷ ମଧ୍ଯ ରେ ଉକ୍ତ ଇ. ଲାଇବ୍ରେରୀ କୁ ଏକ ବିଶ୍ବ ସ୍ତରରେ ପରିଣତ କରି ଓଡ଼ିଶା ତଥା ଭାରତ ବର୍ଷ ରେ ଏକ ଆଦର୍ଶ ଉଦାହରଣ ସ୍ରୁଷ୍ଟି କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ। ଆଗାମୀ ୫ବର୍ଷ ମଧ୍ଯ ରେ ଓଡ଼ିଶା ର ବିଭିନ୍ନ କୋଣ ଅନୁକୋଣରେ ପ୍ରାୟ ୧୦୦ଟି ଏଭଳି ଉନ୍ନତ ମାନର ଇ. ଲାଇବ୍ରେରୀ ଗଠନ କରି ବୈଷୟିକ ଦକ୍ଷତା ପ୍ରତିପାଦନ ଏବଂ ସାଂସ୍କୃତିକ ଆଦାନପ୍ରଦାନ କେନ୍ଦ୍ର ଭାବେ ପରିଗଣିତ କରି ଉଦିୟମାନ ଯୁବକମାନଙ୍କ ମଧ୍ଯ ରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିବା ପାଇଁ ସଂକଳ୍ପ ଗ୍ରହଣ କରାଯାଇଥିଲା। ଉକ୍ତ ଚୁକ୍ତିନାମା ର ନବୀକରଣ ନିମନ୍ତେ ଓଡ଼ିଶା ସୋସାଇଟି ଅଫ୍ ଅାମେରିକାନସ ର ସଭାପତି ଶ୍ରୀମତୀ କୁକୁ ଦାଶ, ଶ୍ରୀଯୁକ୍ତ ଅଜୟ ମହାନ୍ତି, ଶ୍ରୀଯୁକ୍ତ ନିଶିକାନ୍ତ ସାହୁ ଓ ଅନ୍ଯାନ୍ଯ ସଦସ୍ଯ ଭର୍ଚୁଆଲ କନଫରେନ୍ସ ମାଧ୍ୟମରେ ଓ ସ୍ଥାନୀୟ ପ୍ରତିନିଧି ଶ୍ରୀଯୁକ୍ତ ଇ. ଟି. ରାଓ, ଶ୍ରୀଯୁକ୍ତ . ସୁରେଶ, ଶ୍ରୀଯୁକ୍ତ ସୁଧୀର ରାଉତ ଏବଂ ଶ୍ରୀଯୁକ୍ତ ରାମକୃଷ୍ଣ ଚୌଧୁରୀ ତଥା ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here