ଛତ୍ରପୁର :ଆବାସ ଯୋଜନାର ଦୂର୍ନୀତି ପ୍ରତିବାଦ ରେ ବିଜେପି ପକ୍ଷରୁ ବିକ୍ଷୋଭ

0
147

ଛତ୍ରପୁର,୧୩/୦୧/୨୦୨୧(ବ୍ୟୁରୋ ରିପୋର୍ଟ)କେନ୍ଦ୍ର ସରକାରଙ୍କ ଆବାସ ଯୋଜନାକୁ ହଡପ କରି ରାଜ୍ୟ ସରକାର ବିଜୁ ପକ୍କା ଘର କରିଛି। ସେହିପରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ଉପେକ୍ଷା କରି ଶାସକ ବିଜୁ ଜନତା ଦଳର ନେତା ଓ କର୍ମୀମାନେ ଏହି ଘର ଗୁଡିକୁ ଅକ୍ତିଆରକୁ ନେବା ସହ ଛତ୍ରପୁର ବିଡିଓ ବିଜୁ ଜନତା ଦଳର ଏଜେଣ୍ଟ ଭଳି କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଆଜି ମଧ୍ୟାହ୍ନ ସମୟରେ ବିଜେପି ପକ୍ଷରୁ ଏକ ବିଶାଳ ରାଲି ଛତ୍ରପୁର ସହର ପରିକ୍ରମା କରି ଛତ୍ରପୁର ବ୍ଳକ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ସେଠାରେ କର୍ମୀମାନଙ୍କୁ ରାଜ୍ୟ ଉପସଭାପତି ଭୃଗୁ ବକ୍ସି ପାତ୍ର, ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର ଉଦବୋଧନ ଦେଇଥିଲେ। ଗଞ୍ଜାମ ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ସଞ୍ଜୀତ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here