ରାଜ୍ୟ କାୟାକଳ୍ପ ଟିମ୍ ର ତିନି ଜଣିଆ ଡାକ୍ତରୀ ଟିମ୍ କବିସୂର୍ଯ୍ୟନଗର ସରକାରୀ ଚିକିତ୍ସାଳୟ ପରିଦର୍ଶନ ।

0
134

ବ୍ରହ୍ମପୁର, ୧୩/୦୧/୨୦୨୧(ଟୁକୁନା ପ୍ରଧାନ) ରାଜ୍ୟ କାୟାକଳ୍ପ ଟିମ୍ ର ଏକ ତିନି ଜଣିଆ ଡାକ୍ତରୀ ଟିମ୍‌ ଆଜି ଅପରାହ୍ନ ରେ କବିସୂର୍ଯ୍ୟ ନଗର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟଶୈଳୀ,ମେଡିକାଲ ପରିବେଶ ଉପରେ ଅନୁଧ୍ୟାନ କରିଛନ୍ତି । ଏହି ଟିମ୍‌ରେ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ପୁଷ୍ପାଞ୍ଜଳି ମିଶ୍ର,ଜାତୀୟ ସ୍ୱାସ୍ଥ୍ୟ ମିଶନର ପରାମର୍ଶଦାତା ଡାକ୍ତର ବିଜୟ କୁମାର ଷଡ଼ଙ୍ଗୀ,ଜାପାଇଗୋର ପରମର୍ଶଦାତା ଡାକ୍ତର କେ.ରଶ୍ମି ପ୍ରମୁଖ ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହ କବିସୂର୍ଯ୍ୟନଗର ଚିକିତ୍ସାଲୟ ର ମୁଖ୍ୟ ଡାକ୍ତର ସୁଶାନ୍ତ କୁମାର ମୁଖୀ ଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ନଥିପତ୍ର ଯାଞ୍ଚ କରିଥିଲେ ।

LEAVE A REPLY

Please enter your comment!
Please enter your name here