ତୃଟିପୂର୍ଣ୍ଣ ଭୋଟର ତାଲିକା ପ୍ରକାଶ।

0
155

ଶେରଗଡ,୧୫/୦୧/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି)ଆଜି ଶେରଗଡ ବ୍ଲକ ବିଭିନ୍ନ ପଂଚାୟତ ର ବୁଥରେ ଭୋଟର ତାଲିକା ପ୍ରକାଶ ପାଇଛି ।ଏଥିରେ ବହୁ ତୃଟି ବିଚ୍ଯୁତି ରହିଥିବା ଜଣାପଡିଛି ।ଭୋଟର ତାଲିକା ପ୍ରତିଛଅ ମାସରରେ ପ୍ରକାଶ ପାଇଥାଏ।ଏହି ସମୟରେ ନୂତନ ଭୋଟର ମାନେ ସ୍ଥାନୀୟ ବି ଏଲ୍ ଓ ଙ୍କ ପାଖରେ ନାମ ପଂଜିକରଣ କରିଥାନ୍ତି, ଭୂଲଥିଲେ ସଂଶୋଧନ କରିଥାନ୍ତି, ଯେଉଁ ଭୋଟରମାନେ ସ୍ଥାନ ପରିବର୍ତନ ହୋଇଥାଏତାର ସଂଶୋଧନ ହୁଏ କିମ୍ବା ମୃତକ ମାନଙ୍କ ନାମକୁ ବାଦ ଦେଇ ବି ଏଲ ଓ ମାନେ ଆବେଦନକାରୀ ଙ୍କ ପ୍ରମାଣ ସହ ବ୍କକ ଅଫିସକୁ ପଠାଇଲେ ମଧ୍ଯ ତାକୁ ଆଧାର କରି ଭୋଟର ତାଲିକା ପ୍ରସ୍ତୁତ କରୁନଥିବାରୁ ବାରମ୍ବାର ତୃଟିପୂର୍ଣ୍ଣ ତାଲିକା ଆସୁଛି।ନୂତନ ଭୋଟର ଙ୍କ ନାମ ସଂଯୋଗ ହେଉ ନାହିଁ ।ମୃତକଙ୍କ ନାମ ମଧ୍ଯ ତାଲିକା ରୁ ବାଦପଡୁନାହିଁ।ଏହି ଘଟଣା କୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here