ସମ୍ପୂର୍ଣ୍ଣ କୋଭିଡ-୧୯ ନିର୍ଦେଶାବଳୀ ଅନୁଯାୟୀ ପାଳନ ହେବ ସାଧାରଣତନ୍ତ୍ର ଦିବସ, ଗାଇଡଲାଇନ ଜାରି କରିଲେ ରାଜ୍ଯ ସରକାର

0
106

ଭୁବନେଶ୍ୱର, ୧୫/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଚଳିତ ବର୍ଷ କୋରନା ସଂକ୍ରମଣ କୁ ଦୃଷ୍ଟିରେ ରଖି ୭୨ତମ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ କୁ ପୂଣ୍ଣମାତ୍ରାରେ ଓ କଡ଼ାକଡ଼ି ଭାବରେ କୋଭିଡ-୧୯ ନିର୍ଦେଶାବଳୀ ଅନୁଯାୟୀ ପାଳନ କରିବାକୁ ସରକାର ସ୍ଥିର କରିଛନ୍ତି।ଏହି ନିର୍ଦେଶାବଳୀ ଅନୁଯାୟୀ ଜାନୁୟାରୀ ୨୬ ତାରିଖ ଦିନ ପ୍ରାତଃ ୮ଘଟିକା ୩୦ ମିନିଟ ସମୟରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗ ରେ ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶି ଲାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବେ।ଏହି ସମାରୋହରେ ଆୟୋଜିତ ପରେଡ଼ ରେ କେବଳ ଆରକ୍ଷୀ କର୍ମଚାରୀ ମାନେ ଅଂଶ ଗ୍ରହଣ କରିବେ।କୋରନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ଚଳିତ ବର୍ଷ କୌଣସି ସ୍କୁଲ ବା କଲେଜ ର ଛାତ୍ରଛାତ୍ରୀ ମାନଙ୍କୁ ପରେଡ଼ ରେ ଅଂଶ ଗ୍ରହଣ କରିବାକୁ ବାରଣ କରା ଯାଇଛି।ଏପରିକି ସାଧାରଣ ଜନସାଧାରଣ ଙ୍କୁ ମଧ୍ୟ ପରେଡ଼ ସ୍ଥଳକୁ ଯିବାକୁ ଅନୁମତି ଦିଆଯିବ ନାହିଁ।ସୀମିତ ସଂଖ୍ୟକ ଅତିଥି ଓ କୋଭିଡ ଯୋଦ୍ଧାଙ୍କୁ ଇ-ନିମନ୍ତ୍ରଣ ଦ୍ୱାରା ସମାରୋହ କୁ ନିମନ୍ତ୍ରଣ କରାଯିବ।ସମାରୋହରେ ରହିଥିବା ସମସ୍ତ ଅତିଥି ଓ କୋରନା ଯୋଦ୍ଧା ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପରିଧାନ କରିବେ।ସମାରୋହର ପ୍ରତ୍ୟେକ ପ୍ରବେଶ ପଥରେ ହାତକୁ ବିଶୋଧନ କରିବା ନିମନ୍ତେ ବିଶୋଧକ ଓ ଥର୍ମାଲ ସ୍କ୍ରିନିଙ୍ଗ ର ବ୍ୟବସ୍ତା ରହିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here