ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୁଭାରମ୍ଭ ହେଲା କୋଭିଡ୍ ଟୀକାକରଣ ।

0
163

ବ୍ରହ୍ମପୁର,୧୮/୦୧/୨୦୨୧: ରାଷ୍ଟ୍ରୀୟ ସ୍ତରରେ ଗତ ଶନିବାର ଦିନ ଶୁଭାରମ୍ଭ ହୋଇଥିବା କୋଭିଡ଼ ଟୀକାକରଣ କାର୍ଯ୍ୟକ୍ରମ ସର୍ବସ୍ବାନ୍ତ କରୋନା ପୀଡ଼ିତଙ୍କ ମୁହଁରେ ଉଲାସ ଆଣିଥିବା ବେଳେ କରୋନା ବିପକ୍ଷ ଯୋଧାଙ୍କ ମନୋବଳକୁ ଦୃଢ଼ କରିଅଛି । କରୋନା ଯୁଦ୍ଧରେ ନିଜ ଜୀବନ ସହିତ ବାଜି ଲଗାଇ ନିଜ କର୍ତ୍ତବ୍ୟ ମାଧ୍ୟମରେ ଅଦୃଶ୍ୟ ଯୁଦ୍ଧ କରିଥିବା ଡାକ୍ତର , ସ୍ବାସ୍ଥ୍ୟକର୍ମୀ ସ୍ବେଛାସେବୀ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଟୀକାକରଣର ପ୍ରାଥମିକତା ଦୃଷ୍ଟିରୁ ସର୍ବ ପ୍ରଥମ ଟିକା ଏହି ବର୍ଗଙ୍କୁ ଉଦ୍ଧିଷ୍ଟ କରାଯାଇଥିବାରୁ ଏଥି ନେଇ ସରକାରଙ୍କ ଆଭିମୁଖ୍ୟକୁ ନେଇ ସାଧାରଣରେ ସନ୍ତୋଷ ଭାବ ଦେଖାଯାଇଛି ।
ଏହି ପରିପ୍ରେକ୍ଷୀରେ ସରକାରଙ୍କ ଧାର୍ଯ୍ୟ ନିଷ୍ପତି ପ୍ରକାରେ ଆଜି ଟୀକାକରଣର ଦ୍ଵିତୀୟ ଦିବସରେ ଜିଲ୍ଲାର ସମସ୍ତ ଜିଲ୍ଲା ,ସବ୍ ଡିଭିଜନ ସ୍ତରୀୟ ଡାକ୍ତରଖାନା ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥରରେ ଟୀକାକରଣ ବ୍ୟବସ୍ଥା ଅନୁଯାୟୀ ଆଜି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅଧୀନ ଆଡପଡା ସିଏଚ୍ଚସିରେ ଟୀକା ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।

ପୂର୍ବ ପ୍ରସ୍ତୁତି ତଥା ଉପଯୁକ୍ତ ଆନୁଷଙ୍ଗିକ ସ୍ବାସ୍ଥ୍ୟ ବିଭାଗ ବିଧିବ୍ୟବସ୍ତା ସହିତ ଆଜି ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା କୋଭିଡ ଟୀକାକରଣ କାର୍ଯ୍ୟକ୍ରମରେ ପୂର୍ବ ନିର୍ଦ୍ଧାରିତ ସମସ୍ତ ଡାକ୍ତର ମହିଳା ସ୍ବାସ୍ଥ୍ୟକର୍ମୀ , ବିଭାଗ କର୍ମଚାରୀ , ଫାର୍ମାସିଷ୍ଟଙ୍କ ସହ ଅଙ୍ଗନୱାଡ଼ି କର୍ମୀ , ଆଶାକର୍ମୀ ସମୂହ ଉପସ୍ଥିତ ରହିଥିଲେ । ଟୀକାକରଣର ପ୍ରଥମ ଟୀକା ଭାରପ୍ରାପ୍ତ ସୂପରିଟେଣ୍ଡେନ୍ଟ ଡ଼ା, ବାହନ ଦାସ ଗ୍ରହଣ କରିଥିବା ବେଳେ ପରମୁହୂର୍ତରେ ସମୟ ଅନୁକ୍ରମରେ ଅନ୍ୟମାନେ ଗ୍ରହଣ କରିଥିଲେ ।ବ୍ଲକ୍ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ବେହେରା , ବ୍ଲକ୍ ସ୍ବାସ୍ଥ୍ୟ ଶିକ୍ଷାଧିକାରୀ ସୁଶ୍ରୀ ଜୟନ୍ତୀ ଦାସଙ୍କ ପରିଚାଳନାରେ ଟୀକାକରଣ କାର୍ଯ୍ୟକ୍ରମ ସଫଳ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚିତ କରାଯାଇଅଛି ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here