ଆଡପଡାରେ ଜଳ ସ୍ୱଚ୍ଛତା ଦିବସ ପାଳନ କାର୍ଯ୍ୟକ୍ରମରେ ଗଞ୍ଜାମ ପି ଡି ଙ୍କ ସର୍ବେକ୍ଷଣ ।

0
134

ବ୍ରହ୍ମପୁର, ୧୮/୦୧/୨୦୨୧: ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ ଆନୁକୁଲ୍ୟରେ ଜିଲ୍ଲାପାଳ ଗଞ୍ଜାମଙ୍କ ଆହ୍ଵାନରେ ଜିଲ୍ଲାରେ ପ୍ରଚଳିତ ହେବାକୁ ଥିବା ପାନୀୟ ଜଳର ଉପଯୋଗିତା ଆଧାରରେ ଆଜି ପାଳିତ ହେବାକୁ ଥିବା ଜଳ ସ୍ୱଚ୍ଛତା ଦିବସ ଆଜି ଆଡ଼ପଡ଼ା ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଅଛି । ବ୍ଲକ୍ ଦାୟିତ୍ୱରେ ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ଵ ଭିତ୍ତିରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ସିନ୍ଧେ ଦତାତ୍ରେୟ ଭାଉ ସାହେବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ଅଂଶ ଗ୍ରହଣ କରିଥିବା ସ୍ବେଛାସେବୀ , ଆଶା କର୍ମୀ , ପଞ୍ଚାୟତ ଜନପ୍ରତିନିଧି , କର୍ମଚାରୀ ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ୱଚ୍ଛ ପରିବେଶର ଆବଶ୍ୟକତା ଏବଂ ସ୍ବେଛାସେବୀ ସମୂହଙ୍କ ଗଠନ ମୂଳକ କାର୍ଯ୍ୟଧାରାକୁ ନେଇ ନିଜ ବକ୍ତବ୍ୟ ରଖିଥିଲେ । ରାଜ୍ୟ ସରକାରଙ୍କ ଗ୍ରାମ ଭିତ୍ତିରେ ସୁଲଭ ଥିବା ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାରେ ପ୍ରତି ଘରକୁ ପାନୀୟ ଜଳ ଯୋଗାଣ ହେଉଥିବା ଦୃଷ୍ଟିରୁ ଗ୍ରାମ ପରିବେଶ ପରିଚ୍ଛନ୍ନତା ପ୍ରତି ଗୁରୁତ୍ୱାରୋପ କରିଥିଲେ । ପଞ୍ଚାୟତ ସ୍ତରରେ ଆବର୍ଜନା ସଂଗୃହୀତ କରାଯାଉଥିବା ପରିପ୍ରେକ୍ଷୀରେ ଗ୍ରାମ ସ୍ତରରେ ଜନ ଗହଳି ଜାଗା ,ଦୋକାନ ବଜାର ଓ ସାଧାରଣ କାର୍ଯ୍ୟାଳୟର ନିଷୃତ ଆବର୍ଜନାକୁ ଅଳିଆ ବାକ୍ସ ( ଡଷ୍ଟ୍ ବିନ )ରେ ସଂଗୃହୀତ କରି ପରିଚାଳନା କରିବାକୁ ଅନୁପ୍ରାଣିତ କରିଥିଲେ । ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ସହ ସରପଞ୍ଚ ଶ୍ରୀ ନୀଳମାଧବ ନାୟକ , ସମିତି ସଭ୍ୟ ଶ୍ରୀ ସୁରେନ୍ଦ୍ର ବାରିକ , ପି ଇ ଓ ଶଙ୍କର ମହାନ୍ତି ପ୍ରମୁଖଙ୍କ ସହ ଆଲୋଚନା କରି ପରିମଳ ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here