ହାଇୱେରେ ସ୍ପିଡ ନିୟନ୍ତ୍ରଣ ପାଇଁ ଖୋର୍ଦ୍ଧା ରାମେଶ୍ୱରରୁ ପାଣିକୋଇଲି ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଲାଗିବ ସିସିଟିଭି

0
236

ଭୂବନେଶ୍ୱର,୧୮/୦୧/୨୦୨୧(ବ୍ୟୁରୋ ରିପୋର୍ଟ)ଖୋର୍ଦ୍ଧା ରାମେଶ୍ୱରରୁ ପାଣିକୋଇଲି ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଲାଗିବ ସିସିଟିଭି। ପ୍ରତି ୪ରୁ ୫ କିଲୋମିଟର ବ୍ୟବଧାନରେ ଲାଗିବ ସିସିଟିଭି। ଏଥିନିମନ୍ତେ ଟେଣ୍ଡର ସରିଛି। ଏହାଦ୍ୱାରା ଦ୍ରୁତ ଗତିରେ ଯାଉଥିବା ଗାଡ଼ି ସହ ନକଲି ନମ୍ବର ପ୍ଲେଟଧାରୀଙ୍କୁ ମଧ୍ୟ ଚିହ୍ନଟ କରାଯାଇପାରିବ। ପବ୍ଲିକ ସର୍ଭିସ ଯାନରେ ଜିପିଏସ୍ ବାଧ୍ୟତାମୂଳକ ନିୟମ ରହିଛି। ନିୟମ କଡ଼ାକଡ଼ି କରିବାକୁ ଭେହିକିଲ୍ ଲୋକେସନ୍ ଟ୍ରାକିଙ୍ଗ ସିଷ୍ଟମ ଲାଗୁ ହେବ। ଗାଡ଼ିର ଲୋକେସନ୍ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ନଜର ରଖାଯିବ। ଏଥିପାଇଁ ଟେଣ୍ଡର ଡକାଯାଇଛି। ହାଇୱେରେ ସ୍ପିଡ ନିୟନ୍ତ୍ରଣ ପାଇଁ କ୍ୟାମେରା ଲାଗୁଛି। ଭେହିକଲ ଲୋକେସନ ଟ୍ରାକିଂ ସିଷ୍ଟମ ହେବ, ସ୍ପିଡ ଆନାଲିସିସ ହେବ। ଏଥିନିମନ୍ତେ ୧୫ କୋଟି ମଞ୍ଜୁର ହୋଇଛି। ବସ୍‌, ଟ୍ୟାକ୍ସି, ସ୍କୁଲ ବସ୍‌ ଲୋକେସନ ଟ୍ରାକିଂ ହେବ ବୋଲି ପରିବହନ କମିଶନର ସଞ୍ଜୀବ ପଣ୍ଡା ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here