ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ହେବ ରାଫେଲ

0
228

ନୂଆଦିଲ୍ଲୀ, ୧୯/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଫ୍ରାନ୍ସ ନିର୍ମିତ ଯୁଦ୍ଧ ବିମାନ ରାଫେଲ ଆଗାମୀ ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ୍ ହେବ। ଏହି ଯୁଦ୍ଧ ବିମାନ ନୂଆକରି ଭାରତୀୟ ବାୟୁ ସେନା ରେ ସାମିଲ ହୋଇଥିବା ବେଳେ, ଏହା ଆଗାମୀ ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ୍ ହେବା ନେଇ ସୁଚନା ମିଳିଛି। ବାୟୁସେନା ର ସୁତ୍ର ରୁ ମିଳିଥିବା ସୁଚନା ଅନୁସାରେ, ଆଗାମୀ ସାଧାରଣତନ୍ତ୍ର ଦିବସ ପରେଡରେ ରାଫେଲ ଯୁଦ୍ଧ ବିମାନ କୁ ନେଇ ଭର୍ଟିକାଲ ଚାର୍ଲେ ର ସୋ କରାଯିବ। ଓ୍ବିଙ୍ଗ କମାଣ୍ଡର ଇନ୍ଦ୍ରାନିଲ ନନ୍ଦି କହିଛନ୍ତି ଯେ, ଆଗାମୀ ସାଧାରଣତନ୍ତ୍ର ଦିବସ ରେ ମୋଟ ୩୮ଟି ଯୁଦ୍ଧ ବିମାନ ଭାଗ ନେବ।

LEAVE A REPLY

Please enter your comment!
Please enter your name here