ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ ଘଟଣା ଏବଂ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ବିରୁଦ୍ଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ସମ୍ମୁଖରେ ପ୍ରତିବାଦ କଲା ଗଞ୍ଜାମ ଜିଲ୍ଲା କଂଗ୍ରେସ ଓ ଯୁବ କଂଗ୍ରେସ ।

0
148

ବ୍ରହ୍ମପୁର, ୧୮/୦୧/୨୦୨୧:
ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ କେନ୍ଦୁଝରରେ କିଛି ଆଜ୍ଞାତ ବ୍ୟକ୍ତି ତାଙ୍କ ଗାଡ଼ି ଅଟକାଇ ଗାଡ଼ିକୁ ଭଙ୍ଗାରୁଜା କରିବା ଉଦ୍ୟମ କରିବା ସହ ସଭାପତିଙ୍କୁ ଆକ୍ରମଣ ଉଦ୍ୟମ କରିବା , ବ୍ୟକ୍ତିଗତ ଡ୍ରାଇଭର ଓ ସୁରକ୍ଷା ଅଧିକାରୀଙ୍କ ସହ ଉଚ୍ଚବାଚ କରି ଆକ୍ରମଣ କରି ଜୀବନରେ ମାରିଦେବାକୁ ଧମକ ଦେବା ଏକ ସୁସ୍ଥ ଆଇନ ଶୃଙ୍ଖଳା ବ୍ୟବସ୍ଥାର ପରିପନ୍ଥୀ ହୋଇଅଛି । ପ୍ରତିଷ୍ଠିତ ବରିଷ୍ଟ ରାଜନୈତିକ ବ୍ୟକ୍ତିବିଶେଷଙ୍କ ପକ୍ଷରେ ଏହା ସ୍ପୃହଣୀୟ ହେଉନଥିଲା ବେଳେ ଶାସକଦଳ ଏହାକୁ ହାଲୁକା ଭାବରେ ଗ୍ରହଣ କରି ଆଇନକୁ ଖୋଲାଖୋଲି ତା ରାସ୍ତାରେ ଛାଡ଼ିଥିବା ଡିଣ୍ଡିମା ପିଟୁଅଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଜନ ଆନ୍ଦୋଳନ ଭୟରେ ପ୍ରଶାସନ ନାଟ୍ୟ ରୂପାନ୍ତରରେ ଅପରାଧୀ ଯୋଗାଡ଼ କରୁଥିବା ନଜିର ମଧ୍ୟ ପ୍ରଶାସନକୁ ବିଦ୍ରୁପ କରୁଥିବା ଲକ୍ଷ କରାଯାଇଛି ।

ଏହି ଘଟଣାକୁ ନେଇ ରାଜ୍ୟ ସ୍ତରରେ ଜନ ଅସନ୍ତୋଷ ବ୍ୟାପିଥିବା ବେଳେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲା କଂଗ୍ରେସ ଓ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଏହି ଆକ୍ରମଣ ଘଟଣାର ଅଭିଯୁକ୍ତଙ୍କ ଗିରଫ ଓ ଗାଡ଼ି ଜବତ ନ କରିବା ବିରୁଦ୍ଧରେ ବ୍ରହ୍ମପୁର ସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଅନୁଷ୍ଠିତ ପ୍ରତିବାଦ ସଭାରେ କଂଗ୍ରେସର ଗୋପାଳପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଧର୍ମାରାଜୁ ରେଡ୍ଡୀ , ଯୁବ କଂଗ୍ରେସର ଚିନ୍ମୟ କୁମାର ହୋତା , ପ୍ରମିତ ରଞ୍ଜନ ମହାପାତ୍ର , ଦେବାଶିଷ ମହାନ୍ତି , ଧିରେନ ଜେନା , ସିଦ୍ଧାନ୍ତ ସାହୁ , ସୁପ୍ରଭା କୁମାରୀ ଦାସ , ଭବାନୀ ସାହୁ ପ୍ରମୁଖ ଜିଲ୍ଲା କଂଗ୍ରେସର ବହୁ ଛାମୁଆଁ ନେତା , କର୍ମୀ ଓ କାର୍ଯ୍ୟକର୍ତ୍ତା ଗଞ୍ଜାମ ପୋଲିସ୍ ଏସ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିପର୍ଯ୍ୟସ୍ତ ଆଇନା ବ୍ୟବସ୍ଥାର ସମାଲୋଚନା କରିବା ସହ ଅଭିଯୁକ୍ତଙ୍କ ଗିରଫ ଦାବୀ କରିଥିଲେ ।
ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here