ଗଛରେ ଗାମୁଛା ବାନ୍ଧି ଆତ୍ମହତ୍ଯା କଲେ ବୃଦ୍ଧ

0
187

ବ୍ରହ୍ମପୁର, ୨୦/୦୧/୨୦୨୧( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ପଛପଟେ ଥିବା ଦିଗି ବନ୍ଧ ହୁଡା ଏକ ଗଛରୁ ଜଣେ ବ୍ୟକ୍ତିଙ୍କର ଝୁଲନ୍ତା ମର ଶରୀରକୁ ଉଦ୍ଧାର କରିଛି ପୋଲିସ । ମୃତ ବ୍ୟକ୍ତି ଜଣକ ହେଲେ ବେଗୁନିଆପଡ଼ା ତନ୍ତୀ ସାହିର ଅଭି ମାଝୀ । ମୃତ ଅଭି ମାଝୀ ଙ୍କ ସ୍ତ୍ରୀ ଶିଶୁଳା ମାଝୀ ଙ୍କ କହିବା ଅନୁସାରେ ଆଜି ଖରାବେଳେ ଉଭୟଙ୍କ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହୋଇଥିଲା । ତା’ପରେ ସେ ଘରୁ କୁଆଡେ ଚାଲି ଯାଇଥିଲେ । ପରେ ସ୍ତ୍ରୀ ଚାରିଆଡ଼େ ଖୋଜାଖୋଜି କରୁଥିବା ବେଳେ ଦିଗି ବନ୍ଧ ଠାରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଖବର ପାଇଥିଲେ । ଘଟଣା ପ୍ରଚାର ହେବା ପରେ ବେଗୁନିଆପଡ଼ା ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପଠାଯିବ ବୋଲି ପୋଲିସ ଏଏସ୍ଆଇ ଶରତ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here