ପିପିଲି ଉପନିର୍ବାଚନ ଲାଗି ବିଜେଡିର ପ୍ରାର୍ଥିତ୍ୱ ପ୍ରସଙ୍ଗ; ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ପ୍ରତିକ୍ରିୟା; ବିଜେଡି ସୁପ୍ରିମୋ ଯାହାକୁ ଚାହିଁବେ, ମୁଁ ଗ୍ରହଣ କରିବି; ମୋତେ ସୁଯୋଗ ମିଳିଲେ ମୁଁ ଖୁସି ହେବି- ପ୍ରତିଭା ମହାରଥି।

0
156

ଭୁବନେଶ୍ୱର,୨୦/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଆଉ କିଛି ଦିନ ପରେ ପିପିଲିରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏଥିଲାଗି ସବୁ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଖାସ୍ କରି ରାଜ୍ୟରେ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପିପିଲି ବିଧାନସଭା ଆସନ ହାତେଇବା ପାଇଁ ତିନିଦଳ ଅଣ୍ଟାଭିଡଛନ୍ତି । ଏହାମଧ୍ୟରେ ପିପିଲିର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି ଯେ, ଉପ-ନିର୍ବାଚନରେ ଲଢିବାକୁ ସୁଯୋଗ ମିଳିଲେ ମୁଁ ଖୁସି ହେବି । ନିର୍ବାଚନ ଏକ ପ୍ରକିୟା । ଦଳି ଯାହା ନିଷ୍ପତ୍ତି ନେବ, ସେଥିରେ ମୁଁ ରାଜି ହେବି । ନିର୍ବାଚନ ପାଇଁ ଦଳର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ରହିଥାଏ । ତେଣୁ ଆଗୀମ ଦିନରେ ଦଳ ଯାହା ନିଷ୍ପତ୍ତି ନେବ, ତାହାକୁ ମୁଁ ସ୍ୱାଗତ କରିବି ।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପିପିଲି ବିଧାୟକଙ୍କ ଦେହାନ୍ତ ହୋଇଯାଇଥିଲା । ଏହାପର ଠାରୁ ଏହି ଆସନ ଖାଲି ପଡିଛି । ଇତିମଧ୍ୟରେ ଆଗାମୀ ଦିନରେ ଏହି ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି । ତେଣୁ ଏହି ଆସନରୁ ପ୍ରତିଭା ନିର୍ବାଚନ ଲଢିବ ପାରନ୍ତି ବୋଲି ଚର୍ଚ୍ଚା ଜୋର ହେଉଛି ।

LEAVE A REPLY

Please enter your comment!
Please enter your name here