ଶିଶୁ ଅଧିକାର ସୁନିଶ୍ଚିତ ସକାଶେ ଶିଶୁ ସମ୍ପର୍କ ଯାତ୍ରା

0
167

ବ୍ରହ୍ମପୁର, ୨୧/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ସାମ୍ପ୍ରତିକ ମହାମାରୀ କରୋନା ସମୟରେ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ର ଶିଶୁ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ରେ ବାଧା ଉପୁଜି ଶୈଶବ ସମୟରେ ଶିଶୁର ଅଧିକାର ଗୁଡିକୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠାନିକ ଭାବେ ଆଜି ଶୁଭାରମ୍ଭ କରାଯାଇଛି।ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ନେଇଥିବା ପଦେକ୍ଷେପ କୁ ଗଞ୍ଜାମ ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଅଗ୍ରଣୀ ସ୍ବେଛାସେବୀ ସଂଗଠନ ର ମିଳିତ ଉଦ୍ୟମ କ୍ରମେ ଜିଲ୍ଲା ର କିଛି ବ୍ଲକ, ପଂଚାୟତ,ସହରାଞ୍ଚଳ ମାନଙ୍କରେ ରାଲି, ସଚେତନତା ସଭା, ରଥ ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି। କରୋନା ମହାମାରୀର ପ୍ରଭାବ ରେ ଜିଲ୍ଲାର ସ୍କୁଲ ବନ୍ଦ ରହିଥିବାରୁ ବହୁତ ଶିଶୁ ଓ ସେମାନଙ୍କ ପରିବାର ବହୁତ ଆର୍ଥିକ ଅସୁବିଧା ର ସମ୍ମୁଖୀନ ହେବା ସହ ପିଲାମାନଙ୍କୁ ବିପଦ ସଂକୁଳ ରେ ନିୟୋଜିତ କରିବା, ବାଲ୍ୟ ବିବାହ ହେବା, ଅଧାରୁ ପାଠ ପଢା ଛାଡିବା, ଶିଶୁ ଚାଲଣ ନହେବା ସକାଶେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଏବଂ ତାଙ୍କ ପରିବାର କୁ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ରେ ସାମିଲ କିଭଳି କରାଯିବ ଏଥିପାଇଁ କ୍ଷେତ୍ର ସ୍ତରରୁ ଚି଼ହ୍ନଟ ସହ ସମନ୍ୱୟ ଭାବେ ସରକାରୀ କର୍ମଚାରୀ ସେମାନଂକୁ ସୁବିଧା ଯୋଗାଇବା ପାଇଁ ସଚେତନତା କରାଯାଉଛି. ଉକ୍ତ କାର୍ଯ୍ୟକ୍ରମ ରେ ମହାନଗର ନିଗମ କମିଶନର, ଉପ ଜିଲ୍ଲପାଳ ବ୍ରହ୍ମପୁର, ଶିଶୁ ମଙ୍ଗଳ ସମିତି ର ଅଧକ୍ଷ ରଂଜିତ କୁମାର ବାନାର୍ଜୀ, ସଦସ୍ୟ ହରିହର ପାଢ଼ୀ, ଡ଼. ଶ୍ୟାମାକାନ୍ତ ଜେନା, ମିନତୀ ପ୍ରଧାନ, ଜ୍ୟୋତି କୁମାରୀ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ଅମୀୟ ତ୍ରିପାଠୀ, ବିଭୁଦତ୍ତ ସାମନ୍ତରାୟ, ସରିତ୍ରି ପଟନାୟକ, ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ, ଶରତ ମହାରଣା, ସୁଦାମ ପାଣିଗ୍ରାହୀ, ସୁଶାନ୍ତ ସାହୁ, ଅରୁଣା ର ଲୋକନାଥ ମିଶ୍ର, ସୌଦାମିନୀ ରଥ, ଦେବୀ ଦତ୍ତ ରଥ ଚାଇଲଡ ଲାଇନ ର ସୁଧୀର ସାବତ, ପ୍ରଭୁପ୍ରସାଦ ପାତ୍ର, ସାଇ ପ୍ରସାଦ ସାମଲ, ଓ୍ବାଇ ଏସ ଡି ର ବିଭୁ ପ୍ରସାଦ ସାହୁ ତାପସ ପାତ୍ର, ମଧୁସ୍ମିତା ଏବଂ ପୁର୍ଣିମା ଦେବ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଜି ଏହି ରଥ ଧୋବାବନ୍ଧ ସାହି, ମଥୁରା, ସୋମନାଥ ନଗର ଅଂଚଳ ବୁଲିବା ସହ ସଚେତନତା ବୈଠକ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here