୩ ୟ ଦିବସ ସୁଦ୍ଧା ମୋଟ ୨୮୬ ଜଣଙ୍କୁ ଟୀକା

0
223

ବୁଗୁଡା, ୨୧/୦୧/୨୦୨୧: ଜାନୁୟାରୀ ୨୧ ତାରିଖ ୩ୟ ଦିବସ ସୁଦ୍ଧା ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋଟ ୨୮୬ ଜଣଙ୍କୁ ଟୀକା ଦିଆଯାଇଥିବା ଜଣାପଡ଼ିଛି। ପ୍ରଥମ ଥର ୩୦୦ ଓ ଦ୍ଵିତୀୟ ଥର ୨୦୦ ଟୀକା ଏହିପରି ମୋଟ ୫୦୦ ଟୀକା ଆସିଥିବା ବେଳେ ଜାନୁଆରୀ ୨୨ ଓ ୨୫ ତାରିଖ ଦୁଇଦିନରେ ଅନ୍ୟ କରୋନା ଯୋଦ୍ଧାଙ୍କୁ ଟୀକା ଦେବାପାଇଁ ଧାର୍ଯ୍ୟ ହୋଇଥିବା ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ପ୍ରଥମ ଦିନ ୬୦ ଜଣ, ଦ୍ଵିତୀୟ ଦିନ ୧୨୫ ଜଣ ଓ ଆଜି ତୃତୀୟ ଦିନରେ ୧୦୧ ଜଣ କରୋନା ଯୋଦ୍ଧାଙ୍କୁ କୋଭିଡ ଟୀକା ଦିଆଯାଇଥିବା ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତି। ଆହୁରି ୨୧୪ ଜଣଙ୍କୁ ଟୀକା ଗଚ୍ଛିତ ଥିବା ଜଣାପଡ଼ିଛି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here