ସ୍ଵର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି ଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ସାନ୍ତ୍ଵନା ପ୍ରଦାନ କଲେ ଅନିତା ଶୁଭଦର୍ଶନି

0
333

ବ୍ରହ୍ମପୁର, ୨୧/୦୧/୨୦୨୧(ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ପଞ୍ଚାୟତ ବାସିନ୍ଦା ତଥା କବିସୂର୍ଯ୍ଯନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡ଼ା ବ୍ଳକ ୪୬ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି ଙ୍କ ଗତ ୧୬ ତାରିଖ ଶନିବାର ଦିନ ଦେହାନ୍ତ ହୋଇଥିଲା । ସେ କିଡ଼ନୀ ଜନିତ ରୋଗ ରେ ଆକ୍ରାନ୍ତ ଥିବା ସହ ବିଶାଖାପାଟଣା ର ଏକ ମେଡିକାଲ୍ ରେ ଚିକିତ୍ସିତ ହେଉଥିଲେ । ଚିକିସ୍ଥାଧିନ ଅବସ୍ଥା ରେ ତାଙ୍କର ଦେହାନ୍ତ ହୋଇଥିଲା । ଆଜି ବିଜେପି ର ଆସିକା ସାଂସଦ ପ୍ରାର୍ଥିନୀ ତଥା ଓଡିଶା ର ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ଙ୍କ ଝିଅ ଅନୀତା ଶୁଭଦର୍ଶନି ପଟ୍ଟନାୟକ ସ୍ଵର୍ଗତ ତିଆଡ଼ି ଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରିବା ସହ ଗଭୀର ସମବେଦନା ଜଣାଇବା ସହ ସାନ୍ତ୍ଵନା ପ୍ରଦାନ କରିଥିଲେ । ଏଥିରେ ବିଜେପି ନେତା ନାରାୟଣ ସୁମନ୍ତରାୟ ସମେତ ଅନ୍ୟମାନେ ଥିଲେ ।

LEAVE A REPLY

Please enter your comment!
Please enter your name here