ବ୍ରହ୍ମପୁର,୦୩/୦୨/୨୦୨୧: ବ୍ରହ୍ମପୁର ରାଜସ୍ୱ ଡାକବଙ୍ଗଳା ଠାରେ ସମ୍ମିଳିତ ଓଡିଶା କର୍ମଜୀବୀ ସାମ୍ବାଦିକ ମହାସଂଘ ଗଞ୍ଜାମ ୟୁନିଟ ର ବୈଠକ ଜିଲା ସଭାପତି ଡାକ୍ତର ହୃଷୀକେଶ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ନିତ୍ଯନିରଞ୍ଜନ ପଣ୍ଡା ମୂଖ୍ୟ ଅତିଥି ରୂପେ ଯୋଗଦେଇ ବୈଠକ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଉଦବୋଧନ ଦେଇଥିଲେ ।ଗଞ୍ଜାମ ଜିଲାରେ ସଂଘ ର କଳେବର ବୃର୍ଦ୍ଧି, ସାମ୍ବାଦିକ ଏକତା,ବୀମା,ପେନସନ ଓ ସାବାଦିକ ଙ୍କ ସୁରକ୍ଷା ସଂପର୍କରେ ବୈଠକ ରେ ସଭାପତି ଡାକ୍ତର ହୃଷୀକେଶ ମହାନ୍ତି, ଉପସଭାପତି ସଚ୍ଚିଦାନନ୍ଦ ନାୟକ, ସଂପାଦକ ରାଜେଶ କୁମାର ପଟ୍ଟନାୟକ ଯୁଗ୍ମ ସଂପାଦକ ହରେକୃଷ୍ଣ ମହାନ୍ତି, କୋଷାଧ୍ୟକ୍ଷ ରାମ ପ୍ରସାଦ ସାମଲ, ସହସଂପାଦକ ଡି ପର୍ଶୁରାମ କାର୍ଯ୍ୟକାରୀ ସଦସ୍ଯ ଲୋକନାଥ ମହାରଣା, ହେମନ୍ତ କୁମାର ମହାନ୍ତି, ବିଚିତ୍ରାନନ୍ଦ ମୁନୀ(ଉପସଭାପତି),ପ୍ରଶାନ୍ତ କୁମାର ମୁନୀ ଓ ସମୀର ମିଶ୍ର ପ୍ରମୁଖ ଆଲୋଚନା କରିଥିଲେ।ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ପଣ୍ଡା ଜିଲା ସଂଘର ସମସ୍ତ ସଦସ୍ୟ ମାନଙ୍କୁ ପରିଚୟପତ୍ର ପ୍ରଦାନ କରି ସମ୍ବନ୍ଧିତ କରି ଥିଲେ ।ସଂପାଦକ ରାଜେଶ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।ଯୁଗ୍ମ ସଂପାଦକ ହରେକୃଷ୍ଣ ମହାନ୍ତି ବନ୍ଧୁମିଳନ କାର୍ଯ୍ଯକ୍ରମରେ ସମସ୍ତ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଆପ୍ଯାୟିତ କରିଥିଲେ ।ଡାକ୍ତର ନକୁଳ ସାହୁ ସ୍ୱାସ୍ଥ୍ୟ ସଚେତନତା ସଂପର୍କରେ ବକ୍ତବ୍ଯ ପ୍ରଦାନ କରି ଥିଲେ ।





