ଭୁବନେଶ୍ୱର,୦୮/୦୨/୨୦୨୧: ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ସୂଚୀ ଆଜି ପ୍ରକାଶ ପାଇଛି । ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ମାର୍ଚ୍ଚ ୩ ତାରିଖ ପ୍ରଥମ ଦିନ ମାତୃଭାଷା ଓଡିଆ ପରୀକ୍ଷା ହେବ । ଏହା ସହ ୫ରେ ଇଂରାଜୀ, ୭ରେ ତୃତୀୟ ଭାଷା ହିନ୍ଦୀ, ମେ ୮ରେ ସଂସ୍କୃତ, ୯ରେ ଭିଜୁଆଲ ଆର୍ଟ, ୧୦ରେ ଗଣିତ ପରୀକ୍ଷା,ମେ ୧୨ରେ ବିଜ୍ଞାନ ଓ ୧୫ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ମିଳିବ । ସକାଳ ୮ ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।
ମେ ୩- ଓଡ଼ିଆ
ମେ ୫- ଇଂରାଜୀ
ମେ ୭- ତୃତୀୟ ଭାଷା ହିନ୍ଦୀ
ମେ ୮- ସଂସ୍କୃତ
ମେ-୯ ଭିଜୁଆଲ ଆର୍ଟ
ମେ-୧୦ ଗଣିତ
ମେ-୧୨ ବିଜ୍ଞାନ
ଓ ମେ-୧୫ରେ ହେବ ସାମାଜିକ ବିଜ୍ଞାନ ପରୀକ୍ଷା କେବଳ ଗଣିତ ପରୀକ୍ଷା ପାଇଁ ମିଳିବ ଅଧିକ ୧୫ ମିନିଟ ସମୟ । ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ୍ ପୂର୍ବରୁ ବଣ୍ଟାଯିବ ପ୍ରଶ୍ନପତ୍ର ।
ସଂକ୍ଷିପ୍ତ ଉତ୍ତରମୂଳକ ପରୀକ୍ଷା ସକାଳ ୮ଟାରୁ ୯ଟା ଯାଏ ଚାଲିବ । ବିଷୟର ଦୀର୍ଘ ଉତ୍ତରମୂଳକ ପରୀକ୍ଷା ସକାଳ ୯ଟାରୁ ୧୦ଟା ଯାଏ ଚାଲିବ।ଚଳିତବର୍ଷ ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ ୫୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ଏଥିସହ ୩୦ ମାର୍କର ସବଜେକଟିଭ ପ୍ରଶ୍ନ ରହିବ । କିନ୍ତୁ ମୁଲ୍ୟାୟନ ହେବ ୧୦୦ ମାର୍କର ।୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ଆଭରେଜ ହିସାବରେ ଦିଆଯିବ । ୪୫ରୁ ୫୦ ଦିନ ମଧ୍ୟରେ ପ୍ରକାଶ ପାଇବ ପରୀକ୍ଷା ଫଳ । ପରୀକ୍ଷା ମେ ୩ରୁ ଆରମ୍ଭ ହୋଇ ମେ ୧୫ ତାରିଖ ଯାଏଁ ଚାଲିବ ।





