ପାଟପୁର କୋୟା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ଦିଗପହଣ୍ଡି ଫାଇନାଲ ବିଜୟୀ ।

0
201

ବ୍ରହ୍ମପୁର,୦୯/୦୨/୨୦୨୧: ପାଟପୁର କଲେଜ ଷ୍ଟାଡିୟମ ଠାରେ ଦଶଦିନ ଧରି ଚାଲିଥିବା ଜୋୟା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଅଛି । ଅନ୍ତିମ ତଥା ଫାଇନାଲ ପାଇଁ ନିର୍ଦ୍ଧାରିତ ୧୨ ଓଭର ବିଶିଷ୍ଟ ମ୍ୟାଚରେ ପ୍ରତିପକ୍ଷ ଚାଞ୍ଚଡ଼ାପଲ୍ଲି ଟିମ୍ କୁ ହରାଇ ଦିଗପହଣ୍ଡି ଦଳ ବିଜୟୀ ଘୋଷିତ ହୋଇଅଛି । ଆୟୋଜିତ ଉଦଯାପନୀ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଜେଡିର ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ଯୋଗେନ୍ଦ୍ର ସ୍ବାଇଁ , ଅତିଥି ଭାବରେ ନାଏବ ସରପଞ୍ଚ ନିଲାଞ୍ଚଳ ପ୍ରଧାନ , ଛାତ୍ରନେତା ଗୌରୀଶଙ୍କର ତ୍ରିପାଠୀ , ବାସୁଦେବ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହି ମ୍ୟାଚ୍ ବିଜେତା ଦିଗପହଣ୍ଡି ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଉଷ୍ଟା ଜଗନ୍ନାଥପୁର କୋୟା କ୍ରିକେଟ୍ ଅନୁଷ୍ଠାନ ସୌଜନ୍ୟାରୁ ଅନୁଷ୍ଟିତ ଏହି କ୍ରିକେଟ୍ ପ୍ରତିଯୋଗିତାକୁ ଦିପୁ ପ୍ରଧାନ ଓ ପ୍ରଶାନ୍ତ ରାଉତ ପରିଚାଳନା କରିଥିବା ବେଳେ ଶିବାଜୀ , ପିଣ୍ଟୁ , ସଂଗ୍ରାମ , ବବଲୁ , ବିକ୍ରମ , ଦୀପକ , ରୁଦ୍ର ପ୍ରମୁଖ ସହଯୋଗ କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here