ସାନଖେମୁଣ୍ଡିରେ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ । ନିଜ ନିଜ କର୍ମଚାରୀଙ୍କ ସହ କୋଭିଡ୍ ତୀକା ନେଲେ ତହସିଲଦାର ଓ ଫାୟାର୍ ଅଫିସର ।

0
138

ବ୍ରହ୍ମପୁର,୦୮/୦୨/୨୦୨୧:
ଓଡ଼ିଶା ରାଜ୍ୟ ସ୍ତରରେ ଚାଲିଥିବା ଦ୍ଵିତୀୟ ପର୍ଯ୍ୟାୟ କୋଭିଡ୍ ତିକାକରଣର ଆଜି ଦ୍ୱିତୀୟ ଦିନରେ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ପ୍ରଦାନ ପ୍ରକ୍ରିୟା ଜାରି ରହିଅଛି । ସରକାରୀ କାର୍ଯ୍ୟାଳୟ ସ୍ତରରେ ସ୍ଵତନ୍ତ୍ର ଅଭିଯାନରେ ଚାଲିଥିବା ଏହି ଟୀକାକରଣ ବ୍ୟବସ୍ଥାରେ ସ୍ଥାନୀୟ ଭିତ୍ତିରେ ବ୍ଲକ ,ତହସିଲ , ପୋଲିସ୍ ଥାନା ଅଧିକାରୀଙ୍କ ସହ ପଞ୍ଚାୟତ ଜନ ପ୍ରତିନିଧିଙ୍କୁ ଟୀକା ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଅଛି ।
ଏହି ପରିପ୍ରେକ୍ଷୀରେ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୈାଜନ୍ୟରୁ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଠାରେ ସ୍ଥାପିତ ସ୍ଵତନ୍ତ୍ର ଟୀକାକରଣ କେନ୍ଦ୍ରରେ ଆଜି ସାନଖେମୁଣ୍ଡି ତହସିଲଦାର ଡ , ଶ୍ରୀନିବାସ ବେହେରା ପ୍ରଥମ ଟୀକା ଗ୍ରହଣ କରିଥିବା ବେଳେ ସମସ୍ତ ତହସିଲ କର୍ମଚାରୀ ଟୀକା ଗ୍ରହଣ କରିଛନ୍ତି । ସେହିପରି ସାନଖେମୁଣ୍ଡି ଭାରପ୍ରାପ୍ତ ଫାୟାର ଅଧିକାରୀ ସୁଶାନ୍ତ ରଞ୍ଜନ ମହାପାତ୍ର ନିଜ କର୍ମଚାରୀଙ୍କ ଗହଣରେ ଟୀକା ଗ୍ରହଣ କରିଛନ୍ତି । ବହୁ ସଂଖ୍ୟାରେ ପଞ୍ଚାୟତ ଜନ ପ୍ରତିନିଧି ସରପଞ୍ଚ ଏବଂ ସମିତିସଭ୍ୟ ଟିକାଗ୍ରହଣ କେନ୍ଦ୍ରରେ ନାମ ପଞ୍ଜିକରଣ କରି ଟୀକା ଗ୍ରହଣ ପାଇଁ ଅପେକ୍ଷାରେ ଥିବା ଦେଖିବାକୁ ମିଳିଛି । ଆଡପଡ଼ା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡା,ମନୋରଞ୍ଜନ ରଥ , ଡ଼ା,ତରୁଣ କୁମାର ବିଶ୍ଵାଳଙ୍କ ସହ ଆନୁଷଙ୍ଗିକ କର୍ମଚାରୀ ବିଧି ବ୍ୟବସ୍ଥାର ସହ ଟୀକାକରଣ କେନ୍ଦ୍ର କାର୍ଯ୍ୟକ୍ରମ ପରିଚାଳନା କରାଯାଉଥିବା ମତ ପ୍ରକାଶ କରିଛନ୍ତି ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here