କୋଭିଡ ଟୀକା : ଲକ୍ଷ୍ୟ ୨୬୫,ନେଲେ ୨୨୦

0
122

ବୁଗୁଡା, ୦୯/୦୨/୨୦୨୧: ବୁଗୁଡାରେ ଦ୍ଵିତୀୟ ପର୍ଯ୍ୟାୟରେ ୨୬୫ ଜଣଙ୍କୁ କୋଭିଡ ଟୀକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ତିନି ଦିନ କୋଭିଡ ଟୀକା ନେଲେ ମୋଟ ୨୨୦ ଜଣ। ଅର୍ଥାତ ୮୩.୦୧ ପ୍ରତିଶତ ଟିକାଦାନ ସମ୍ଭବ ହୋଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ସମସ୍ତ କୋଭିଡ ଯୋଦ୍ଧାଙ୍କୁ ଟୀକା ଦେବାକୁ ଅନୁରୋଧ କରିବା ସହ ପତ୍ର ଲେଖିଥିଲେ ମଧ୍ୟ ବୁଗୁଡା ବ୍ଲକରେ ତାହା ସଫଳ ହୋଇପାରିନାହିଁ। କୌଣସି କାରଣରୁ ଆହୁରି ଆଜି ଧାଡ଼ିର ୪୫ ଜଣ କରୋନା ଯୋଦ୍ଧା ଟୀକା ନେଇ ନାହାଁନ୍ତି। ବୁଗୁଡ଼ାରେ ଫେବୃୟାରୀ ୬, ୮ ଓ ୯ ତାରିଖରେ ଯଥାକ୍ରମେ ୮୭, ୧୦୪ ଓ ୨୯ ଜଣ ଟୀକା ଦେଇଥିବା ଜଣାପଡିଛି। ନୋଡାଲ ଅଫିସର ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ଓ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଓ ବିପିଏମ ବିଶ୍ଵଜିତ ପ୍ରଧାନଙ୍କ ଦାୟିତ୍ୱରେ ଏହି ଦ୍ଵିତୀୟ ପର୍ଯ୍ୟାୟର ତିନି ଦିନିଆ ଟିକାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here