ସରପଞ୍ଚ ଉପ ନିର୍ବାଚନରେ ନିଜ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କଲେ ସାଂସଦ ପ୍ରମିଳା ବିଷୋୟୀଙ୍କ ସହ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ

0
147

ବ୍ରହ୍ମପୁର,୦୮/୦୨/୨୦୨୧: ସାନଖେମୁଣ୍ଡି ବ୍ଲକ ପାଇକ ଜଗନ୍ନାଥପୁର ସରପଞ୍ଚ ପଦବୀ ପାଇଁ ହେଉଥିବା ଉପନିର୍ବାଚନର ଆଜି ପ୍ରଚାର ଶେଷ ଦିନ ହୋଇଥିବା ବେଳେ ଶାସକ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ନେଇ ଦଳୀୟ ସ୍ୱତନ୍ତ୍ର ରଣନୀତି ପ୍ରକାରେ ମେଗା ପ୍ରଚାରର ଆୟୋଜନ ହୋଇଅଛି । ଉଭୟ ଧରାକୋଟ ଏବଂ ସାନଖେମୁଣ୍ଡି ବ୍ଲକ ବିଜେଡି କାର୍ଯ୍ୟକର୍ତ୍ତା , ନିର୍ବାଚିତ ଜନ ପ୍ରତିନିଧିଙ୍କ ସହ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଏବଂ ଜିଲ୍ଲା ବିଜେଡ଼ି କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପୂର୍ବତନ ବିଧାୟିକା ତଥା ଧରାକୋଟ ରାଜମାତା ଶ୍ରୀମତୀ ନନ୍ଦିନୀ ଦେବୀ , ଧରାକୋଟ ରାଜା ଶାହେବା ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ , ଧରାକୋଟ ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ବଳବନ୍ତ ସିଂ , ବିଜେଡି ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ଯୋଗେନ୍ଦ୍ର ସ୍ବାଇଁ , ପୂର୍ବତନ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ସ୍ବାଇଁ , ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରି ଶ୍ରୀମତୀ ସଂଘମିତ୍ରା ଦଳେଇ ପ୍ରମୁଖ ଆଜି ପଞ୍ଚାୟତରେ ଟୋଫାନୀ ପ୍ରଚାର କରିଛନ୍ତି ।

ନିଜ ବିଧାୟିକା ଦାୟିତ୍ଵ ଅବଧିରେ କରାଯାଇଥିବା ଜନ ହିତକର ଯୋଜନାର ସଫଳତା ଏବଂ ସାଧାରଣଙ୍କ ପ୍ରତି ଥିବା ନିଜ ଆଭିମୁଖ୍ୟକୁ ପ୍ରକାଶକରି ପଞ୍ଚାୟତ ବାସୀଙ୍କୁ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଉତ୍ସାହିତ କରିଛନ୍ତି । ପାଇକ ରାମଚନ୍ଦ୍ରପୁର ପଞ୍ଚାୟତକୁ ଏକ ଦୁର୍ନୀତି ମୁକ୍ତ ଏବଂ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବାଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖି ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାର ବିଜୟୀ କରାଇବାକୁ ପ୍ରତି ଗ୍ରାମ ପରିକ୍ରମଣ କରି ପଥପ୍ରାନ୍ତ ସଭାରେ ସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ବିଜେଡ଼ି ଜିଲ୍ଲା ମହିଳା ସଂଗଠନ ସାଧାରଣ ସମ୍ପାଦିକା ପି ଆଶାରାଣୀ , ସମ୍ପାଦିକା ଟି , ପ୍ରେମାଞ୍ଜଳୀ , ଲକ୍ଷ୍ମୀପ୍ରିୟା ପାଢ଼ୀ ପ୍ରମୁଖ ସାଂସଦଙ୍କ ସହ ମହିଳା ଭୋଟରଙ୍କୁ ଆକର୍ଷିତ କରି ରାଜ୍ୟ ସରକାରଙ୍କ ମହିଳା ସଶକ୍ତି ଯୋଜନା , ମିଶନ ଶକ୍ତି ବିଭାଗ ଅନ୍ତର୍ଗତରେ ମହିଳାଙ୍କ ପାଇଁ କରାଯାଉଥିବା ଯୋଜନା ସମନ୍ଧରେ ମହିଳା ଭୋଟରଙ୍କୁ ଅବଗତ କରିଥିଲେ ।

ଆସନ୍ତା ୧୧ ତାରିଖରେ ସରପଞ୍ଚ ଉପ ନିର୍ବାଚନ ମତଗ୍ରହଣ ଦିବସ ହୋଇଥିବାରୁ ନନ୍ଦିନୀ ଦେବୀଙ୍କ ସ୍ଵତନ୍ତ୍ର ପ୍ରଚାର ଶୋଭାଯାତ୍ରା ପଲ୍ଲୀ ପଦ୍ମନାଭପୁର ଠାରୁ ଆରମ୍ଭ ହୋଇ ଶ୍ରୀଚନ୍ଦନପୁର , ପାଇକ ସାମନ୍ତରାପୁର ,ପି ଜଗନ୍ନାଥପୁର , ପି ରାମଚନ୍ଦ୍ରପୁର , ଭାଲୀଆଝୋଳା ଏବଂ ଧର୍ମରାୟପୁର ଗ୍ରାମ ୱାର୍ଡ଼ୱାରି ପରିକ୍ରମା କରିବା ସହ ନିଜ ସମର୍ଥକ ଗ୍ରାମବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଦଳୀୟ ପ୍ରଚାର ଅବସରରେ ପଥପ୍ରାନ୍ତ ସାଧାରଣ ସଭା ଆୟୋଜନରେ ମାନ୍ୟବର ଆସିକା ସାଂସଦ ପ୍ରମିଳା ମା ‘ ମହିଳା ଭୋଟରଙ୍କୁ ଆକ୍ରୁଷ୍ଠ କରି ସରପଞ୍ଚ ପ୍ରାର୍ଥୀନୀ ଏନ୍ , ପୁଷ୍ପା ରେଡ୍ଡିଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁପ୍ରାଣିତ କରିଛନ୍ତି ।ବ୍ଲକ୍ ଉପାଧ୍ୟକ୍ଷ ଗୋବିନ୍ଦ ସ୍ବାଇଁ , ବ୍ଲକ୍ ବିଜେଡି ସଭାପତି ଧୋବା ସ୍ବାଇଁ , ଆଡପଡ଼ା ସରପଞ୍ଚ ନୀଳମାଧବ ରାଉତ , ପୋଡାମାରି ସରପଞ୍ଚ ପ୍ରତିନିଧି , ଯୁବ ବିଜେଡି ସଭାପତି ସନ୍ତୋଷ ବିଷୋୟୀ , ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ୱାଇଁଙ୍କ ସହ ସମସ୍ତ ନିର୍ବାଚିତ ଦଳୀୟ ପ୍ରତିନିଧି ନିଜନିଜ ସମର୍ଥକଙ୍କ ମୋଟର ସାଇକେଲ ରାଲୀ ସହ ପଞ୍ଚାୟତ ପରିକ୍ରମା କରି ଏନ୍ ପୁଷ୍ପା ରେଡ୍ଡୀଙ୍କ ସପକ୍ଷରେ ପ୍ରଚାର କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here