ବ୍ରାହ୍ମଣୀଦେଇ ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଘୋଷଣା ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସ୍ମାରକ ପତ୍ର ଦେଲେ କର୍ଚ୍ଚବାଡି ସରପଞ୍ଚ ।

0
138

ବ୍ରହ୍ମପୁର ,୧୦/୦୨/୨୦୨୧ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡ଼ି ଗ୍ରାମପଞ୍ଚାୟତର ମା’ ବ୍ରାହ୍ମଣୀଦେଇ ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ସହ ଆବଶ୍ୟକୀୟ ଭିତ୍ତିଭୂମୀ ପ୍ରତିଷ୍ଠା କରାଇବା ନେଇ ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଞ୍ଚୟତବାସୀଙ୍କ ତରଫରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପାହାଡ଼ ପର୍ବତ ଘେରା ମଧ୍ୟରେ ରହିଥିବା ମା”ବ୍ରାହ୍ମଣୀଦେଇ ମନ୍ଦିର ଓ ଜଳ ପ୍ରପାତ ଏବଂ ଏହାର ପାଦଦେଶରେ କଳରବ ଶବ୍ଦରେ ବହିଯାଉଠିବା ହରଭଙ୍ଗୀ ନଦୀର ମନୋରମ ଦୃଶ୍ୟ ଚିତ୍ତ ହରଣ କରୁଅଛି । ଶୀତଋତୁର ଆଗମନରେ ଜିଲ୍ଲା ଓ ଜିଲ୍ଲା ବାହାରର ଶହ ଶହ ପର୍ଯ୍ୟଟକ ଏଠାକାର ମନୋରମ ଦୃଶ୍ୟ ଉପଭୋଗ କରିବାକୁ ଆସିଥାନ୍ତି । ପରନ୍ତୁ ଏହାର ପାରିପାର୍ଶ୍ଵିକ ସ୍ଥିତିର ବିକାଶ ଘଟି ନ ଥିବାରୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି । ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ଏଠାରେ ଉପଲବ୍ଧ ନ ହେବା କାରଣରୁ ଏହି ପର୍ଯ୍ୟଟନ ସ୍ତଳର ମହତ୍ୱ ରାଜ୍ୟସ୍ତରରେ ବିକଶିତ ହୋଇପାରୁନାହିଁ । ଅତଏବ ପ୍ରଶାସନ ପକ୍ଷରୁ ଏହି ମନୋରମ ଦୃଶ୍ୟରାଜିପୂର୍ଣ୍ଣ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ସହ ଏହାର ପାରିପାର୍ଶିକ ଭିତ୍ତିଭୂମିର ଉନ୍ନତିକରଣ ନିମନ୍ତେ କର୍ଚବାଡି ସରପଞ୍ଚ ଶ୍ରୀ କାମ୍ବି ମଲିକ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ ସହ ଏହାର ଚତୁଃପାର୍ଶ୍ଵରେ ପାଚେରୀ ନିର୍ମାଣ , ପ୍ରମୋଦ ଉଦ୍ୟାନ ଉନ୍ନତିକରଣ , ମୁଖ୍ୟ ରାସ୍ତା ଠାରୁ ପର୍ଯ୍ୟଟନ ସ୍ଥଳକୁ ଯୋଗାଯୋଗ ସଂଯୋଗୀକରଣ , କଲ୍ୟାଣୀ ମଣ୍ଡପ , ରାସ୍ତାପାର୍ଶ୍ଵ ବୃକ୍ଷରୋପଣ , ପାନ୍ଥନିବାସ ସ୍ଥାପନ , ପ୍ରବେଶ ଦ୍ଵାର ନିର୍ମାଣ , ଜଳପ୍ରପାତର ସୌନ୍ଦର୍ଯ୍ୟ କରଣ , ପାନୀୟ ଜଳ ଯୋଗାଣ , ମନ୍ଦିରର ଉନ୍ନତିକରଣ ସହ ନେଟୱାର୍କ ସ୍ଥାପନ ଦାବୀ ସମ୍ମିଳିତ ସ୍ମାରକପତ୍ର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପ୍ରେରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here